Latest Odisha News

BREAKING NEWS

ଅସନ୍ତୋଷ ଝାଡିଲେ ହବିଷ୍ୟାଳି, ଆନ୍ଦୋଳନକୁ ଓହ୍ଲାଇଲେ

ପୁରୀ: ହବିଷ୍ୟାଳିଙ୍କ ପଞ୍ଜିକରଣକୁ ନେଇ ଅସନ୍ତୋଷ ପଞ୍ଜିକରଣ କରିନଥିବା ଝାଡିଲେ ହବିଷ୍ୟାଳି । ପଞ୍ଜିକରଣ ପ୍ରକ୍ରିୟାରେ ବାଦ ପଡିଥିବା ବେଳେ ବୃନ୍ଦାବତୀ ନିବାସ ଆଗରେ ହବିଷ୍ୟାଳିମାନେ ଆନ୍ଦୋଳନ କରିଛନ୍ତି । ପଞ୍ଜିକରଣ କରିନଥିବା ହବିଷ୍ୟାଳି ରହଣୀ ଦାବି କରି ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା ଫଳରେ ବୟସ୍କ ହବୀଷ୍ୟାଳି ଓ ତାଙ୍କ ପରିବାର ବର୍ଗଙ୍କ ଦ୍ବାରା ଏକ ଠେଲାଠେଲି ପରିସ୍ଥିତି ସୃଷ୍ଟି ହୋଇଛି ।

ସେପଟେ ଏହାକୁ ନେଇ ଆନ୍ଦୋଳନକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ବୁଝାସୁଝା କରିବା ସହିତ ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ ଓ ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ ବୋଲି ଉପଜିଲ୍ଲାପାଳ ମତ ରଖିଛନ୍ତି ।

ତେବେ ଚଳିତ ବର୍ଷ ବୃନ୍ଦାବନ ନିବାସରେ ପାଖାପାଖି ୧୩୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ଦ୍ବନ୍ଦ୍ବ ଯୋଗୁଁ ବୃନ୍ଦାବନ ନିବାସ ଆଗରେ ହବିଷ୍ୟାଳିଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ କିଛି ହବିଷ୍ୟାଳି ପଞ୍ଜିକରଣ କରିନଥିବା ବେଳେ ଆଉ କିଛି ହବିଷ୍ୟାଳି ନିଜର ସ୍ଥାନ ନଜାଣିପାରି ପୁରୀ ବୃନ୍ଦାବନ ନିବାସ ଆଗରେ ଭିଡ ଲଗାଇବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.