Latest Odisha News

BREAKING NEWS

Haier ଲଞ୍ଚ କଲା ଭାରତର ପ୍ରଥମ AI ଏସି !

ନୂଆଦିଲ୍ଲୀ:  ଗ୍ରୀଷ୍ମ ଋତୁରେ ଆରମ୍ଭ ହେବାକୁ ଯାଉଛି। ଲୋକମାନେ ଏବେ ଏସି କିଣିବା ଆରମ୍ଭ କେଲେଣି । ତେବେ ଏହି ସମୟରେ ହାୟର ଇଣ୍ଡିଆ (Haier India) ନିଜର ନୂତନAI Climate Controlଏୟାର କଣ୍ଡିସନର ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ, ଏହା ଭାରତର ପ୍ରଥମ ଏସି ଯାହା AI ଦ୍ୱାରା କଣ୍ଟ୍ରୋଲ୍ ହେବ । ଏହା ନୂଆ ରେଞ୍ଜ ହାଇ-ପରଫରମାନ୍ସ ଏବଂ ଏନର୍ଜି-ଏଫିସିଏଣ୍ଟ କୁଲିଂ ଦେବ ।

ହାୟରର ଏହି ନୂତନ ଏସି ନା କେବେଳ ଉତ୍କୃଷ୍ଟ ଥଣ୍ଡା ପ୍ରଦାନ କରିବ ବରଂ ୟୁଜରଙ୍କୁ ବୁଝି ସ୍ୱୟଂଚାଳିତ ଭାବରେ ସେଟିଂକୁ ଆଡଜଷ୍ଟ କରିବ, ଯାହା ଦ୍ଵାରା ବିଦ୍ୟୁତର ବ୍ୟବହାର ହ୍ରାସ ପାଇବ । ରାତିରେ ଥଣ୍ଡା ପବନ ଆବଶ୍ୟକ ହେଉ କିମ୍ବା ଦିନରେ କମ୍ ଥଣ୍ଡା, ଏହା କୌଣସି ମାନୁଆଲ ସେଟିଂ ବିନା ସ୍ୱୟଂଚାଳିତ ଭାବରେ ଆଡଜଷ୍ଟ ହେବ ।

ଏହି ଏସିରେ ଇନ୍-ବିଲ୍ଟ ଇଲେକ୍ଟ୍ରିସିଟି ମନିଟରିଂ ସିଷ୍ଟମ ଅଛି ଯାହା ମାଧ୍ୟମରେ ୟୁଜର ଦୈନିକ, ସାପ୍ତାହିକ କିମ୍ବା ମାସିକ ବିଦ୍ୟୁତ୍ ବ୍ୟବହାର ଲକ୍ଷ୍ୟ ସ୍ଥିର କରିପାରିବେ । ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ବିଲ୍ ହଠାତ୍ ବୃଦ୍ଧି ନହେବା ପାଇଁ ଏହା ରିଅଲ୍ ଟାଇମ୍ ଟ୍ରାକିଂ ଯୋଗାଇଥାଏ ।

ଏହି ଫିଚର ରୁମ୍ ରେ ତାପମାତ୍ରା ଏବଂ ଉପସ୍ଥିତ ଥିବା ଲୋକଙ୍କ ସଂଖ୍ୟା ଉପରେ ନିର୍ଭର କରି କୁଲିଂ ଆଉଟପୁଟ୍ କୁ ଆଡଜଷ୍ଟ କରେ, ଯାହାଦ୍ୱାରା ଅତ୍ୟଧିକ ବିଜୁଳି ବ୍ୟବହାରକୁ ରୋକାଯାଇ ପାରିବ ଏବଂ ରୁମ୍ କୁ ଥଣ୍ଡା ମଧ୍ୟ ରଖିବ ।

ଭାରତୀୟ ଜଳବାୟୁକୁ ଧ୍ୟାନରେ ରଖି ଏହି ନୂଆ ଏସିକୁ ଡିଜାଇନ୍ କରାଯାଇଛି । ଏଥିରେ ଆଣ୍ଟି-କର୍ସନ୍ କୋଟିଂ ଏବଂ Hyper PCB ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଯାହାଦ୍ବାରା ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଭଲ ଭାବରେ ଚାଲିବ ଏବଂ ଅଧିକ ଗରମରେ ମଧ୍ୟ ଉତ୍କୃଷ୍ଟ ପରଫରମାନ୍ସ ପ୍ରଦାନ କରିବ ।

Comments are closed.