Latest Odisha News

ଓଦା ମୁଣ୍ଡ ଥିଲେ ଏହି ଭୁଲ କରନ୍ତୁନି, ନଚେତ ଝଡିଯିବ କେଶ

ଓଡିଶା ସମ୍ବାଦ ବ୍ୟୁରୋ: ନାରୀର ସୌନ୍ଦର୍ଯ୍ୟ ବଢାଏ ନିଜର କେଶ। ଆଜିକାଲି ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ କେଶ ସମସ୍ୟା ବହୁ ସଂଖ୍ୟାରେ ଦେଖାଯାଉଛି  ତେଣୁ କେଶକୁ ସଠିକ ଭାବେ ଯତ୍ନ ନେବା ଉଚିତ୍। ତେବେ ଆସନ୍ତୁ ଜାଣିବା କେଶକୁ କିପରି ଯତ୍ନ ନେବା। ଯେତେବେଳେ ବି ଆମେ ମୁଣ୍ଡ ଧୋଇଥାଉ, କୋଶକୁ ସୁଖେଇବା ପାଇଁ ସୁତା ଲୁଗା କିମ୍ବା ଗାମୁଛାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖୁ। ଏହା କରିବା ଦ୍ୱାରା କେଶ ନଷ୍ଟ ହେବାର ଆଶଙ୍କା ଥାଏ। ତେଣୁ ଦୀର୍ଘ ସମୟ ଧରି କେଶରେ ଗାମୁଛା ରଖନ୍ତୁ ନାହିଁ।

ଯଦି ଆପଣଙ୍କର କେଶ ଅତ୍ୟଧିକ ଝଡୁଛି, ଏହାର ଅର୍ଥ ହେଉଛି ଆପଣ ସଠିକ୍ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁନାହାଁନ୍ତି। ଓଦା କେଶରେ ଦୀର୍ଘ ସମୟ ଧରି ଟାୱାଲ ଘୋଡ଼ାଇ ରଖିବା ଯୋଗୁଁ କେଶ ଫାଟିବାରେ ଲାଗେ ଏବଂ ଦୁଇମୁଖୀ ହୋଇଯାଏ। ଏହି ସମୟରେ, କେଶର ଚମକ ମଧ୍ୟ କମିଯାଏ। ଆପଣ ଯଦି ନିଜ କେଶକୁ ସୁସ୍ଥ ଏବଂ ସୁନ୍ଦର କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ମନେ ରଖିବା ଉଚିତ୍ ଯେ, ଆପଣ ନିଜ କେଶରେ ଯାହା ବି ବ୍ୟବହାର କରୁଛନ୍ତି ତାହା ସଠିକ୍ ଭାବରେ ହେବା ଆବଶ୍ୟକ ।

କେଶ ଧୋଇବା ପରେ ମହିଳାମାନେ ଟାୱେଲକୁ କେଶର ମୂଳରେ ଖୁବ ଜୋର ଦେଇ ଘଷନ୍ତି। ଯେଉଁ କାରଣରୁ କେଶର ପ୍ରାକୃତିକ ତେଲ ଶେଷ ହେବାକୁ ଲାଗେ। ଫଳରେ କେଶ ଶୁଷ୍କ ହୋଇଥାଏ। ଯଦି ଆପଣ ଓଦା କେଶକୁ ସଠିକ୍ ଭାବରେ ଯତ୍ନ ନିଅନ୍ତି ତେବେ କେଶ ନିଶ୍ଚିନ୍ତ ଭାବେ ସୁସ୍ଥ ଓ ସୁନ୍ଦର ରହିବ ।

Leave A Reply

Your email address will not be published.