Latest Odisha News

୧୦୬ ବର୍ଷ ତଳେ ଛପା ଯାଇଥିବା ୧୦ ଟଙ୍କିଆ ନୋଟର ହେବ ନିଲାମୀ

ନୂଆଦିଲ୍ଲୀ: ୧୦୬ ବର୍ଷ ତଳର ଏକ ୧୦ ଟଙ୍କିଆ ନୋଟକୁ ନିଲାମୀ କରାଯିବ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ନୋଟକୁ ଅକ୍ସନ ହାଉସ ନୁନାନ୍ସ ପକ୍ଷରୁ ନିଲାମ କରାଯିବ । ଆସନ୍ତୁ ଜାଣିବା ଏହି ନୋଟର କାହାଣୀ ସମ୍ପର୍କରେ.. ବ୍ୟାଙ୍କ ଅଫ ଇଂଲଣ୍ଡ ଏହି ଟଙ୍କା ଛାପିଥିଲା । ଜାହାଜରେ ଏହି ନୋଟକୁ ଭାରତ ଅଣା ଯାଉଥିଲା । ଦୁର୍ଭାଗ୍ୟବଶତଃ ଏହି ଜାହାଜ ବୁଡି ଯାଇଥିଲା । ଜାହାଜରେ ଥିବା ଅଧିକାରୀ ଅଧିକାଂଶ ନୋଟକୁ ନଷ୍ଟ କରି ଦେଇଥିଲେ । ହସ୍ତାକ୍ଷର ନ ଥିବା ୨ଟି ନୋଟକୁ ସୁରକ୍ଷିତ ରଖା ଯାଇଥିଲା ।

ରିପୋର୍ଟ ମୁତାବକ ଏହି ନୋଟ ଅତି କମରେ ୨.୭ ଲକ୍ଷ ଟଙ୍କାରେ ବିକ୍ରି ହେବ । ମେ ୨୯ରେ ଏହାୀ ନିଲାମୀ ହେବ । ଅନେକ ଭାରତୀୟ ବ୍ୟବସାୟୀ ମଧ୍ୟ ଏହି ନୋଟକୁ କିଣିବା ନେଇ ଆଗ୍ରହ ପ୍ରକାଶ ପାଇଛି । ଏହି ନୋଟ ସହ ଉଭୟ ଓ ଭାରତ ଏବଂ ଇଂଲଣ୍ଡର ସ୍ମୃତି ଜଡିତ ଥିବାରୁ ଅନୁମାନଠାରୁ ଅଧିକ ଟଙ୍କା ଆୟ କରିବ ବୋଲି ନିଲାମ ସଂସ୍ଥା ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.