Latest Odisha News

ଡାକ୍ତର ଦମ୍ପତି ନିର୍ମାଣ କଲେ ହଳଧର ସଂଗ୍ରହାଳୟ ସାଧନା କୂଟୀର

ବରଗଡ: ପଶ୍ଚିମ ଓଡିଶାର ବିଶିଷ୍ଟ କବି ପଦ୍ମଶ୍ରୀ ହଳଧର ନାଗ । ସାହିତ୍ୟ କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ପାଇଛନ୍ତି ଅନେକ ପୁରସ୍କାର । ଏହି ପୁରସ୍କାର ଓ ତାଙ୍କ ସାହିତ୍ୟକୃତୀର ଗୋଟିଏ ସ୍ଥାନରେ ସୁରକ୍ଷିତ ରଖିବା ପାଇଁ ଡାକ୍ତର ଦମ୍ପତି ସଂଗ୍ରାମୀପୀଠ ଘେଁସଠାରେ ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ହଳଧର ସଂଗ୍ରହାଳୟ ସାଧନା କୂଟୀର । ଏହାକୁ ବଗରଡ ବିଧାୟକ ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଉଦଘାଟନ କରିଛନ୍ତି ।

ପ୍ରାୟ ବର୍ଷକ ତଳେ ଡାକ୍ତର ରାଜେଶ ତ୍ରିପାଠୀ ଓ ତାଙ୍କ ପତ୍ନୀ ଡାକ୍ତର ସୁସ୍ମିତା ଦାଶ ତ୍ରିପାଠୀ କବି ହଳଧର ନାଗଙ୍କ ଘରକୁ ଯାଇଥିବା ବେଳେ ଦେଖିଲେ ତାଙ୍କୁ ମିଳିଥିବା ପୁରସ୍କାର ସ୍ଥାନ ଅଭାବରୁ ଖଟ ତଳେ ପଡିଛି । ବହି ପତ୍ର ବି ଏଠି ସେଠି ରଖାଯାଇଛି । ତେଣୁ ସେମାନେ ଚିନ୍ତା କଲେ ଏହି ପୁରସ୍କାର ଓ ବହିଗୁଡିକ ରଖିବା ପାଇଁ ଏକ ବ୍ୟବସ୍ଥା କରିବେ । ଯଦି କେହି ଚାହିଁବେ ଏଗୁଡିକୁ ଯେମିତି ଦେଖିପାରିବେ । ଏଥି ପାଇଁ ଡାକ୍ତର ଦମ୍ପତ୍ତି ତାଙ୍କ ପାଇଁ ନିର୍ମାଣ କରିଛନ୍ତି ହଳଧର ସଂଗ୍ରହାଳୟ ସାଧନା କୂଟୀର । ଏଠାରେ କବି ହଳଧର ମଧ୍ୟ ତାଙ୍କ ସାହିତ୍ୟ ରଚନା କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସାହିତ୍ୟିକ ତଥା ଆଗାମୀ ପିଢି ପାଇଁ ଏହି ସଂଗ୍ରହାଳୟ ବେଶ୍ ସହାୟକ ହେବ ବୋଲି ଆଶା ରହିଛି ।

Comments are closed.