ଭୁବନେଶ୍ବର : ଦୀର୍ଘଦିନ ଧରି କଳାକାରଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । ଏହାକୁ ରାଜନୀତିକରଣ ମଧ୍ୟ କରାଯାଉଛି । ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମେନାଜ ମିଶ୍ରଙ୍କୁ ସମର୍ଥନ କରିଥିବାବେଳେ ଆଜି କଳାକାରଙ୍କ କଳିରେ ପଶିଛନ୍ତି ପଦ୍ବଶ୍ରୀ ହଳଧର ନାଗ । ସେ ମନୋଜ ମିଶ୍ରଙ୍କୁ ସମର୍ଥନ କରି କହିଛନ୍ତି ଯଦି ସମ୍ବଲପୁରୀ ଫିଲ୍ମକୁ ବୟକଟ୍ କରାଗଲା , ତେବେ ଆମେ ଓଡିଆ ଫିଲ୍ମକୁ ମଧ୍ୟ ବୟକଟ୍ କରିବୁ । ସେମାନେ ଯେପରି ବ୍ୟବହାର ଦେଖାଇବେ , ଆମେ ମଧ୍ୟ ସେପରି ବ୍ୟବହାର ଦେଖାଇବୁ ।
ସେପଟେ କଳାକାରଙ୍କ କଳିକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେଇଥିବା ମନ୍ତବ୍ୟକୁ ମଧ୍ୟ ସମର୍ଥନ କରିଛନ୍ତି । କହିଛନ୍ତି ସମ୍ପୂର୍ଣ୍ଣ ଯୁକ୍ତିପୁକ୍ତି କଥା କହିଛନ୍ତି ନରସିଂହ ମିଶ୍ର । ତାଙ୍କ ଜୀବନୀ ଏବଂ ବ୍ୟକ୍ତିତ୍ୱ କୁ ନେଇ ଯେଉଁ ସମ୍ବଲପୁରୀ ଚଳଚିତ୍ର ନିର୍ମାଣ ହେବ । ସେଥିରେ ମନୋଜ ମିଶ୍ର ଅଭିନୟ କରିବେ । ଏଥିପାଇଁ ବିଧିବଦ୍ଧ ଭାବେ ମନୋଜଙ୍କ ସହ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର ହୋଇଛି ।
Comments are closed.