Latest Odisha News

BREAKING NEWS

ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ସଂଜୁ ମାଝିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

ନାବାଳିକାଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସବଡେଗାର ଟୁଙ୍ଗରିପଡ଼ାର ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ବିବାହିତ ଯୁବକ ସଂଜୁଙ୍କୁ ପ୍ରେମଜାଲରେ ଫସାଇ ଗର୍ଭବତୀ କରିଥିଲେ। ଗତକାଲି କୌଣସି କଥାକୁ ନେଇ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତ ପ୍ରଧାନ ସଂଜୁଙ୍କ ଦେହରେ କିରାସିନି ଢାଳି ମାରିଛନ୍ତି। ସଂଜୁ ୪ ମାସର ଗର୍ଭବତୀ ଥିବା କୁହାଯାଉଛି।

ଏହି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ପ୍ରଧାନ ଫେରାର୍ ହୋଇଯାଇଛି। ଏଣେ ତଳସରା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ନାବାଳିକା ବାପାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି ।

Leave A Reply

Your email address will not be published.