Latest Odisha News

ଇସ୍ରାଏଲର ଗୁପ୍ତଚର ସନ୍ଦେହ: ୩ ଜଣଙ୍କୁ ସର୍ବସାଧାରଣରେ ଫାଶୀ ଦେଲା ହମାସ୍‌

ଗାଜା: ଇସ୍ରାଏଲ ସୈନ୍ୟମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ପାଲେଷ୍ଟାଇନ ଗୋଷ୍ଠୀ ପଶ୍ଚିମ ତଟରେ ୩ ଜଣଙ୍କୁ ଫାଶୀ ଦେଇଛନ୍ତି । ସେମାନେ ହେଲେ ୩୧ ବର୍ଷୀୟ ହମଜା ମୁବାରକ ଓ ୨୯ ବର୍ଷୀୟ ଆଜମ ଜୁବ୍ରା । ଆଉ ଜଣଙ୍କର ପରିଚୟ ମିଳିନାହିଁ । ମୃତକମାନେ ଇସ୍ରାଏଲ ସେନାକୁ ସୂଚନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଲୋକମାନେ ଏକ ଭିଡିଓରେ ସ୍ୱୀକାର କରିଥିଲେ ଯେ ସେମାନେ ଆଇଡିଏଫକୁ ସାହାଯ୍ୟ କରିବା ପାଇଁ ଟଙ୍କା ପାଇଥିଲେ ।

ଯେତେବେଳେ ଉକ୍ତ ୩ ଜଣଙ୍କୁ ଫାଶୀ ଦିଆଯାଉଥିଲା ସେତେବେଳେ ଲୋକମାନେ ଚିତ୍କାର କରୁଥିଲେ ଯେ ଆପଣ ଦେଶଦ୍ରୋହୀ, ଆପଣ ଗୁପ୍ତଚର । ତେଣୁ ଆପଣଙ୍କ ମୁଣ୍ଡ କାଟି ଦିଆଯିବା ଉଚିତ । ଫାଶୀ ଦେବା ସମୟର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ, ପାଲେଷ୍ଟାଇନ ନିୟନ୍ତ୍ରିତ ତୁଲକର୍ମ ସହରରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଦୁଇଟି ମୃତଦେହ ଝୁଲୁଛି । ଆଉ ଜଣଙ୍କୁ ଜେନିନରେ ହତ୍ୟା କରାଯାଇଛି । ଏହି ସମୟରେ ସେଠାରେ ଲୋକଙ୍କ ଭିଡ଼ ସହ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି ।

ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହାମାସ ଶୁକ୍ରବାର ୧୩ ଜଣ ଇସ୍ରାଏଲ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବା ପରେ ଏହି ଘଟଣା ଘଟିଛି । ଆତଙ୍କବାଦୀ ସଂଗଠନ ହାମାସ ଥାଇଲାଣ୍ଡ ଓ ଫିଲିପାଇନ୍ସର ୧୧ ଜଣ କୃଷି ଶ୍ରମିକଙ୍କୁ ମୁକ୍ତ କରିଛି ।

Comments are closed.