Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ହାରିଲା ଓଡିଶା

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ଶନିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ଓଡିଶା ପରାଜୟବରଣ କରିଛି । ଓଡିଶା ୨ ଦିନ ତଳେ ତ୍ରିପୁରା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବ୍ୟାଟିଂ ରେଲୱେ ୪୦ ଓଭରରେ ୧୯୩ ରନ କରିଥିଲା । କର୍ଣ୍ଣ ଶର୍ମା ୭୨, ପ୍ରଥମ ସିଂ ୫୦ ରନର ଇନିଂସ ଖେଳିଥିଲେ । ଓଡିଶା ପକ୍ଷରୁ ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତି ଯଥାକ୍ରମେ ୪ଟି ଓ ୩ଟି ୱିକେଟ ଅକ୍ତିଆର କରିଥିଲେ । ଓଡିଶା ଲକ୍ଷ୍ୟକୁ ପିଛା କରି ୧୭ ରନରେ ୩ଟି ୱିକେଟ ହରାଇ ବିପଦରେ ପଡିଥିଲା । ବିପ୍ଲବ ସାମନ୍ତରାୟଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁ ୱିକେଟ ପତନ ଧାରାରେ ବ୍ରେକ ହୋଇଥିଲା ।

ଦଳର ସ୍କୋର ୪ ୱିକେଟ ବିନିମୟରେ ୬୭ ହୋଇଥିବା ବେଳେ ବର୍ଷା ଯୋଗୁ ମ୍ୟାଚ ବନ୍ଦ ରହିଥିଲା । ଏହା ପରେ ଭିଜେଡି ନିୟମ ଲାଗୁ କରାଯାଇଥିଲା ଏବଂ ରେଲୱେ ୨୪ ରନରେ ବିଜୟୀ ହୋଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଓଡିଶା ଅସୁବିଧାର ସମ୍ମୁଖୀନ ହୋଇଥିଲା । ଅଧିନାୟକ ବିପ୍ଲବ ସାମନ୍ତରାୟ ୪୯c ବଲରେ ୪୧ରନ କରି ଅପରାଜିତ ରହିଥିଲେ । ରେଲୱେର ରାହୁଲ ଶର୍ମା ୨ଟି ୱିକେଟ ହାସଲ କରିଥିଲେ । ଓଡିଶା ତାର ପରବର୍ତୀ ମ୍ୟାଚରେ ନଭେମ୍ବର ୨୭ରେ କେରଳକୁ ଭେଟିବ ।

Leave A Reply

Your email address will not be published.