ଲଣ୍ଡନ୍: ଅନ୍ଲାଇନ୍ ଅକ୍ସନରେ ବିକ୍ରି ହେବ ସ୍ୱର୍ଗତ ରାଜକୁମାରୀ ଡାଏନାଙ୍କ ହାତଲେଖା ଚିଠି । ଦାମ ରହିଛି ୧୫ଲକ୍ଷ ଟଙ୍କାରୁ ଅଧିକ । ଚିଠିରେ ରହିଛି ରାଜକୁମାର ୱିଲିଅମ୍ ଓ ହେରିଙ୍କ ଦସ୍ତଖତ ।
Handwritten letter from Princess Diana with Harry and William’s scrawled signatures is up for sale for £16,000 https://t.co/nFXN3fgQRB
— Daily Mail U.K. (@DailyMailUK) April 9, 2020
ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ଏହି ଚିଠିକୁ ରାଜକୁମାରୀ ଡାଏନା ସାର୍ଜେଣ୍ଟ ଜର୍ଜ ପ୍ଲମ୍ବଙ୍କୁ ପଠାଇଥିଲେ । ୱିଲିଅମ୍ସ ଓ ହେରିଙ୍କ ସପ୍ତମ ଜନ୍ମଦିନ ଅବସରରେ ସାର୍ଜେଣ୍ଟ ଜର୍ଜ ଦେଖାଇଥିଲେ ମୋଟର ବାଇକ୍ରେ କଳାକୌଶଳ । ଏଥିରେ ଖୁସୀ ହୋଇ ପ୍ରିନ୍ସ ୱିଲିଅମ୍ ଓ ହେରିଙ୍କ ଦସ୍ତଖତ କରାଇ ଡାଏନା ତାଙ୍କୁ ଏକ ପ୍ରଶଂସା ପତ୍ର ପଠାଇଥିଲେ ।
୧୯୮୯, ଜୁନ୍ ୨୧ରେ ଏହି ଚିଠିକୁ ଡାଏନା ପ୍ରେରଣ କରିଥିଲେ । ଏକ ପ୍ରାଇଭେଟ୍ କଲେକ୍ଟର କମ୍ପାନୀ ୩ ବର୍ଷ ପୂର୍ବରୁ ସାର୍ଜେଣ୍ଟ ଜର୍ଜ ପ୍ଲମ୍ବଙ୍କଠାରୁ ଏହି ଚିଠିକୁ ଆଣିଥିଲା । ଏପ୍ରିଲ ୨୩ରେ ଅନଲାଇନ୍ ଅକ୍ସନ ଦ୍ୱାରା ଏହି ଚିଠିଟିକୁ ବିକ୍ରି କରାଯିବ ।
Comments are closed.