Latest Odisha News

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ।ମଞ୍ଚେଶ୍ବର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଏକ ନାବାଳିକାର ଝୁଲନ୍ତା ମୃତ ଦେହ ଠାବ କରିଛି ପୋଲିସ। ଘର ବାହାରୁ ତାଲା ପଡ଼ିଥିବା ବେଳେ ଛି ଘର ଭିତରେ ଫ୍ୟାନରେ ଝୁଲିଛି ମୃତଦେହ। ନାବାଳିକା ଜଣଙ୍କ ଉତ୍ତରପ୍ରଦେଶର ହୋଇଥିବା ବେଳେ ଗତ କିଛି ଦିନ ହେବ ସେ ଶ୍ରୀରାମ ନଗର ବସ୍ତିର ଜଣେ ମହିଳାଙ୍କ ଘରେ ରହୁଥିଲେ । ତେବେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଖୋଳତାଡ କରୁଛି ପୋଲିସ।

ସୂଚନା ଅନୁସାରେ, ମଞ୍ଚେଶ୍ୱରର ଶ୍ରୀରାମ ନଗର ନଗର ବସ୍ତିରେ ଜଣେ ମହିଳାଙ୍କ ଘରେ ଘରୋଇ କେୟାର ଟେକର ଭାବରେ କାମ କରୁଥିଲେ ଉକ୍ତ ଯୁବତୀ। ଗତ କାଲି ସନ୍ଧ୍ୟାବେଳେ କୌଣସି କାମରେ ପରିବାର ଲୋକ ବାହାରକୁ ଯାଇଥିଲେ। ଘର ବାହାରୁ ତାଙ୍କୁ ତାଲା ପକେଇ ପୁରା ପରିବାର ବାହାରକୁ ଯାଇଥିଲେ। ଆଉ ସେହି ସମୟରେ ସେହି ଯୁବତୀ ଜଣକ ବେକରେ ଦଉଡି ଦେଇ ଫ୍ୟାନରେ ଝୁଲି ପଡ଼ିଥିଲେ । ପରିବାର ଲୋକ ଫେରି କବାଟ ଫିଟେଇବା ପରେ ଫ୍ୟାନରେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ । ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.