କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜେଲ୍ ନିକଟ ବାରାକରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଜେଲ୍ ୱାର୍ଡରଙ୍କ ମୃତଦେହ । ମୃତକ ହେଲେ ବାରିମୂଳ ଜେଲ୍ ୱାର୍ଡର ବିଜୟ ପରିଡା । ତାଙ୍କ ଘର କଟକ ଜିଲ୍ଲା ଆଠଗଡ଼ର ଗୁରିଡିଝାଟିଆରେ ।
ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଡ୍ୟୁଟି ସାରି ବିଜୟ ବାରାକକୁ ଫେରିଥିଲେ । ହେଲେ ରାତି ପର୍ଯ୍ୟନ୍ତ ସେ ଆଉ ଘର ବାହାରକୁ ବାହାରିନଥିଲେ । ଏନେଇ ତାଙ୍କ ସାଙ୍ଗ ମାନେ ସନ୍ଦେହ କରି ବାରାକରେ ପହଞ୍ଚିବା ପରେ ବିଜୟଙ୍କୁ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବରପାଇ ପୋଲସ ବିଜୟଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ତେବେ କେଉଁ କାରଣରୁ ବିଜୟ ଏପରି ପଦକ୍ଷେପ ନେଲେ ତାହାର କାରଣ ଜଣାପଡିନାହିଁ । ତଦନ୍ତ ପରେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିଛି ।
Comments are closed.