Latest Odisha News

BREAKING NEWS

ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ସାନ କୁମୁରୁମ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତକ ହେଲେ ସାନ କୁମରୁମ ଗ୍ରାମର ମନିଶା ଆଲଦାଙ୍କ ପିଉସୀ ଝିଅ ଓ ଝାଡଖଣ୍ଡ ଲାଗଳା ଗ୍ରାମର ସୁନିତା ବାଦ୍ରା । କିଛି ଦିନରୁ ଏମାନେ ମାମୁ ଘର ସାନ କୁମରୁମ ଗ୍ରାମରେ ରହୁଥିଲେ । ତେବେ ଆଜି ମାମୁ ଘର ଲୋକେ କାମ କରିବାକୁ ଯାଇଥିବା ବେଳେ, ମାମୁ ଝିଅ ମନିଶା ଆଲଦା ଓ ସୁନିତା ବାଦ୍ରା ଘରେ ଏକା ଥିଲେ । ସେମାନଙ୍କ ସହ ଏକ ଛୋଟ ଛୁଆ ମଧ୍ୟ ଥିଲା ।

ଛୋଟ ଛୁଆର କାନ୍ଦ ଶୁଣି ଲୋକେ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ହେଲଷ ଭିତର ପଟୁ କବାଟ ବନ୍ଦ ଥିବାରୁ ଚାଳ ଭାଙ୍ଗି ଘର ଭିତରକୁ ପଶିଥିଲେ । ଆଉ ଘର ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ । ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ମୃତ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.