Latest Odisha News

BREAKING NEWS

ଆସୁଛି ତୃତୀୟ ଲହର, ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ବର ଏମସ୍

ଭୁବନେଶ୍ବର : ଆଗକୁ ଆସୁଛି କରୋନାର ତୃତୀୟ ଲହର । ଏହା ଶିଶୁମାନଙ୍କ ଅଧିକ ଘାତକ ହେବ ବୋଲି ଆକଳନ କଲେଣି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେଣୁ ଏହାର ମୁକାବିଲା ପାଇଁ ସରକାର ଆରମ୍ଭ କରିଦେଲେଣି ସମସ୍ତ ପ୍ରସ୍ତୁତି । ଖାସକରି ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭୁବନେଶ୍ବର ଏମସ । ଶିଶୁଙ୍କ ପାଇଁ ୨ଟି ୱାର୍ଡରେ ୬୦ଟି ବେଡ଼ ସହ ୭ଟି ଆଇସିୟୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ବର ଏମସ ନିର୍ଦ୍ଦେଶିକା ।

ସଂକ୍ରମଣକୁ ନଜରରେ ରଖି ଆଇସିୟୁ ସଂଖ୍ୟା ବଢ଼ାଯିବ । ତୃତୀୟ ଲହରକୁ ଦୃଷ୍ଟିରେ ରଖି ଡାକ୍ତର ଓ ନର୍ସଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି । ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଥିବାରୁ ଅଧିକ ଚ୍ୟାଲେଞ୍ଜ ରହିଛି । ହେଲେ ଏସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ବର ଏମସ ପ୍ରସ୍ତୁତ ଥିବା କହିଛନ୍ତି ଏମ୍‌ସର ନିର୍ଦ୍ଦେଶିକା । ସେହିପରି ଜନ୍ମ ହେବାକୁ ଯାଉଥିବା ଶିଶୁ ଓ ମା’ଙ୍କର ଅଧିକ ଯତ୍ନ ନିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.