Latest Odisha News

BREAKING NEWS

ସାଲେପୁର ବିରୂପା ନଦୀକୂଳରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

କଟକ : ସାଲେପୁର ଜପକୂଦ ଫାଣ୍ଡି ବିରୂପା ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ହେଲେ କୁଅଁରପୁର ଗାଁର ନରେନ୍ଦ୍ର ନାଥ ପ୍ରଧାନଙ୍କ ପୁଅ ଭରତ କୁମାର ପ୍ରଧାନ । ଗତକାଲି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ଭରତଙ୍କର କୌଣସି ଖୋଜ ଖବର ମିଳିନଥିଲା । ବହୁ ଖୋଜାଖୋଜି ପରେ ବିରୂପା ନଦୀକୂଳରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଭରତଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏନେଇ ଜପକୂଦ ଫାଣ୍ଡିରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.