Latest Odisha News

ଭାରତ ଓ ପାକିସ୍ତାନ ଦୂର ସମ୍ପର୍କୀୟ ଭାଇ ଭଳି: ଅଭିନେତ୍ରୀ ହାନିଆ

ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମୀର ନିଜ ଅଭିନୟ ଜରିଆରେ କେବଳ ନିଜ ଦେଶରେ ନୁହେଁ ଭାରତରେ ମଧ୍ୟ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି।

ତାଙ୍କର ଅଭିନୀତ ଶୋ’ ଗୁଡିକ ମଧ୍ଯରୁ ଦିଲରୁବା, ତିତଲି, ଇଶ୍କିଆ, ସଙ୍ଗେ-ଏ-ମାହା ଏବଂ ମୁଝେ ପ୍ୟାର ହୁଆ ଥା ଭଳି ପାକିସ୍ତାନୀ ଶୋ ଗୁଡିକ ମାଧ୍ୟମରେ ସେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଖାସକରି ‘ମେରେ ହମସଫର’ ରେ ‘ହାଲା’ ଭୂମିକା ତାଙ୍କୁ ଭାରତରେ ମଧ୍ୟ ପରିଚିତ କରାଇପାରିଛି। ତେବେ ହାନିଆ ଭାରତ ଏବଂ ପାକିସ୍ତାନ ବିଷୟରେ ଏପରି ମନ୍ତବ୍ଯ ଦେଇଛନ୍ତି ଯାହାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଆଉ କିଛି ୟୁଜର୍ସ କମେଣ୍ଟ କରିବାରେ ଲାଗିଛନ୍ତି।

ନିକଟରେ ହାନିଆ ଆମୀର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପାକିସ୍ତାନ ସହ ଭାରତର ସମ୍ପର୍କ ବିଷୟରେ କହିଥିଲେ। ସେ ଉଭୟ ଦେଶର ନାଗରିକଙ୍କ ମଧ୍ଯରେ ସାମଞ୍ଜସ୍ଯତା ଥିବା କହିଥିଲେ। ଭାରତରେ ତାଙ୍କର ବହୁତ ପ୍ରଶଂସକ ଏବଂ ବନ୍ଧୁ ଅଛନ୍ତି। ଏପରିକି ଉଭୟ ଦେଶଗୁଡିକ ଦୂର ସମ୍ପର୍କୀୟଙ୍କ ଭଳି ସେ ପ୍ରକାଶ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଦେଶର ସମ୍ପର୍କ ଦୂର ସମ୍ପର୍କୀୟ ଭାଇ-ଭଉଣୀଙ୍କ ଭଳି। କାରଣ ଆମମାନଙ୍କ ମଧ୍ୟରେ ଅନେକ ସମାନତା ରହିଛି।

ତେବେ କେବଳ ହାନିଆ ଆମୀର ନୁହେଁ ପାକିସ୍ତାନର ବହୁ ଷ୍ଟାର୍ ମଧ୍ଯ ଭାରତରେ କାମ କରି ସାରିଛନ୍ତି।

 

Leave A Reply

Your email address will not be published.