ନୂଆଦିଲ୍ଲୀ: ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଭାରତରେ ବହୁତ ଲୋକପ୍ରିୟତା ରହିଛି। ହେଲେ ପହଲଗାମ ଆକ୍ରମଣ ପରେ ବର୍ତ୍ତମାନ ଭାରତ ପାକିସ୍ତାନ ଭିତରେ ବଢ଼ିଥିବା ତିକ୍ତତା କାରଣରୁ ଦେଶ ସମସ୍ତ ପାକିସ୍ତାନୀ ଅଭିନେତାଙ୍କ ସୋସିଆଲ ମିଡ଼ିଆ ବ୍ୟନ୍ କରିବା ପରେ ପହଲଗାମ୍ ଆକ୍ରମଣ ପାଇଁ ପାକ୍ ସେନାକୁ ଦାୟୀ କରିବା ନେଇ ହାନିଆ ଆମିରଙ୍କ ଏକ ପୋଷ୍ଟ ଭାଇରାଲ ହୋଇଥିଲା। ଯାହାକୁ ନେଇ ଏବେ ଆଉ ଏକ ପୋଷ୍ଟ ଜାରି କରିଛନ୍ତି ହାନିଆ । ପୂର୍ବରୁ କରାଯାଇଥିବା ପୋଷ୍ଟ ନକଲି ଏବଂ ମିଥ୍ୟା ବୋଲି କହି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।
ଯଦିଓ ଆମିରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତରେ ବ୍ଲକ କରାଯାଇଛି। ତାଙ୍କର ଆକାଉଣ୍ଟ ସୋ କରୁନଥିଲେ ମଧ୍ୟ, ଏକ୍ସରେ ଆଉ ଏକ ହନିଆଙ୍କ ଇନଷ୍ଟା ପୋଷ୍ଟ୍ ଭାଇରାଲ ହେଉଛି। ଯେଉଁଥିରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପାଇଁ ସେ ପାକିସ୍ତାନ ସେନାକୁ ଦାୟୀ କରିଥିବା ମିଥ୍ୟା ପୋଷ୍ଟ ପରେ ନିଜର ନୀରବତା ଭାଙ୍ଗିଛନ୍ତି। ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ସ୍ପଷ୍ଟ କରିଛନ୍ତି ଯେ, ପୂର୍ବ ପୋଷ୍ଟଟି ମନଗଢ଼ା ଥିଲା, ଏବଂ ଏହା ତାଙ୍କ ବିଶ୍ୱାସ କିମ୍ବା ମତକୁ ପ୍ରତିଫଳିତ କରେ ନାହିଁ।
ଆହୁରି ମଧ୍ୟ ସେ ଭାରତ ଉପରେ କଟାକ୍ଷ କରି କହିଛନ୍ତି, ଉଗ୍ରବାଦୀଙ୍କ କାର୍ଯ୍ୟ କୌଣସି ଦେଶ କିମ୍ବା ଏହାର ଲୋକଙ୍କ ପ୍ରତିନିଧିତ୍ୱ କରେ ନାହିଁ । ପ୍ରମାଣ ବିନା ଦୋଷ ଦେବା କେବଳ ବିଭାଜନକୁ ପ୍ରୋତ୍ସାହିତ କରେ। ମୁଁ ଏହି ବିବୃତ୍ତି ଦେଇନାହିଁ, ଏବଂ ମୋ ସହିତ ଜଡିତ ଶବ୍ଦଗୁଡ଼ିକୁ ମୁଁ ସମର୍ଥନ କରେ ନାହିଁ। ଏହା ସମ୍ପୂର୍ଣ୍ଣ ଭାବରେ ମନଗଢ଼ା ଏବଂ ମୁଁ କିଏ ଏବଂ ମୁଁ କ’ଣ ବିଶ୍ୱାସ କରେ ତାହା ଭୁଲ ଭାବରେ ଉପସ୍ଥାପନ କରାଯାଇଛି । ଖାଲି ସେତିକି ନୁହେଁ, ପହଲଗାମ୍ ଘଟଣାରେ ଦୁଃଖ ପ୍ରକାଶ କରିବା ସହ, ଏହାକ ନେଇ ରାଜନୀତିକରଣ ନ କରାଯିବା ଉଚିତ୍ ବୋଲି କହିଥିଲେ । ଲେଖିଛନ୍ତି, ଏହା ଏକ ଗଭୀର ସମ୍ବେଦନଶୀଳ ଏବଂ ଭାବପ୍ରବଣ ସମୟ । ଏହିପରି ଯନ୍ତ୍ରଣା ବାସ୍ତବ ଏବଂ ଏହା ସହାନୁଭୂତି ପାଇବା ଯୋଗ୍ୟ, ରାଜନୀତିକରଣ ନୁହେଁ ।
ତେବେ ହାନିଆଙ୍କ ଇନଷ୍ଟାଗ୍ରାମ ଷ୍ଟୋରିଜରେ ତାଙ୍କ ବୟାନର କ୍ଲିପ୍ ଏକ୍ସରେ ବ୍ୟାପକ ଭାବରେ ପ୍ରସାରିତ ହେବା ପରେ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ଏଟା ବି ସତ ନା ଆଉ ଏକ ନକଲି ପୋଷ୍ଟ । କାରଣ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଭାରତରେ ଦେଖାଯାଉନାହିଁ।
ତେବେ ପୂର୍ବରୁ ହାନିଆ ଆମିର ନାମରେ ଲେଖାଯାଇଥିବା ନକଲି ପୋଷ୍ଟରେ କୁହାଯାଇଥିଲା, ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀ ସେନା ଏବଂ ଇସଲାମିକ ଆତଙ୍କବାଦୀଙ୍କ ହାତ ଥିଲା । ଯେଉଁଥିରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ କାଶ୍ମୀରୀ ପ୍ରାଣ ହରାଇଥିଲେ। ଏପ୍ରିଲ ୨୨ ରେ ଆକ୍ରମଣ ପାକିସ୍ତାନ-ଭିତ୍ତିକ ଲସ୍କର ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିଲା ବୋଲି କହି, ଏଥିପାଇଁ ସ୍ପଷ୍ଟ ଭାବେ ପାକ୍ ସେନେଙ୍କୁ ଦାୟୀ କରାଯାଇଥିଲା ।
ତେବେ ଏହି ଘଟଣା ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଦଣ୍ଡାତ୍ମକ ପଦକ୍ଷେପ ଗ୍ରହଣ କରିଛି । ଭିସା ବାତିଲ କରିବା, କୂଟନୈତିକ ସମ୍ପର୍କ ହ୍ରାସ କରିବା ଏବଂ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ସହ ହାନିଆ ଆମିର, ମାହିରା ଖାନ ଏବଂ ଅଲି ଜାଫରଙ୍କ ପରି ଲୋକପ୍ରିୟ ତାରକାଙ୍କ ସମେତ ଅତି କମରେ ୧୬ ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅବରୋଧ କରିଛି ଭାରତ । ଜବାବରେ ପାକିସ୍ତାନ ମଧ୍ୟ ଭାରତୀୟ ଗୀତ ପାକିସ୍ତାନରେ ବ୍ୟାନ୍ କରିଛି ।
Comments are closed.