Latest Odisha News

BREAKING NEWS

ପାକିସ୍ତାନ ଅଭିନେତ୍ରୀ ହାନିଆଙ୍କ ପ୍ରେମରେ ବାଦଶାହ!

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରାପର ତଥା ଗାୟକ ବାଦଶାହ ଏବଂ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କୁ ଏକାଠି ଦେଖିବାକୁ ମିଳୁଛି। କେତେବେଳେ ଦୁବାଇରେ, କେତେବେଳେ ଲଣ୍ଡନରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଛି।

ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ବେଳେ ଦୁହିଁଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କାନାଡାରେ ଆୟୋଜିତ ଏକ କନ୍ସର୍ଟ ସମୟରେ ବାଦଶାହ ହାନିଆଙ୍କ ଆଗରେ ମୁଣ୍ଡ ନୁଆଁଇବା ସହ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଥିଲା। ଯାହାପରେ ସେମାନେ ଡେଟିଂ କରୁଥିବା ଚର୍ଚ୍ଚା ହେଉଛି।

ହାନିଆ ଆମୀର ହେଉଛନ୍ତି ପାକିସ୍ତାନର ଟପ ଅଭିନେତ୍ରୀ। ହାନିଆ ଆମୀର ଏବଂ ବାଦଶାହ ପୂର୍ବରୁ ମଧ୍ୟ ଏକାଠି ଫଟୋ ସେୟାର କରିଛନ୍ତି। ତେବେ ଡେଟିଂ ଖବରକୁ ନେଇ ସେମାନଙ୍କ ମଧ୍ୟରୁ କେହି କେବେ ପ୍ରତିକ୍ରିୟା ଦେଇନାହାଁନ୍ତି।ହାନିଆ ଆମୀର ହେଉଛନ୍ତି ପାକିସ୍ତାନର ଟପ ଅଭିନେତ୍ରୀ।

 

Comments are closed.