Latest Odisha News

BREAKING NEWS

ଫିଟୁଛି ଠକରାଣୀ ହଂସିକାଙ୍କ ଗୁମର, Z1ରେ ରହିଛି ୩ଟି ଫ୍ଲାଟ୍‌

ଭୁବନେଶ୍ବର: ଦିନକୁ ଦିନ ହଂସିକା ଅଭିଲିପ୍ସାଙ୍କ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ରାଜଧାନୀ ଭୁବନେଶ୍ୱରରେ ଥିବା Z1ରେ ଠକ ହଂସିକାଙ୍କର ରହିଛି ୩ଟି ଫ୍ଲାଟ୍‌। ସେ ୭୦୩ ନମ୍ୱର ଫ୍ଲାଟ୍‌ରେ ଅନୀଲ ମହାନ୍ତିଙ୍କ ସହ ରହୁଥିବା ଅଭିଯୋଗ ହେଉଛି। ଗୁରୁବାର ଅପରାହ୍ନରେ ସେହି ଫ୍ଲାଟ୍‌ରେ ଚଢ଼ଉ କରିଛି ଆୟକର ବିଭାଗ  ଓ କମିସନରେଟ୍‌ ପୁଲିସ୍‌। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍‌ ପୁଲିସ୍‌।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ। ସେହି ସମୟରେ ସାମ୍ୱାଦିକଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଥିଲେ ହଂସିକା ଅଭିଲିପ୍ସା। କାନ୍ଦି କାନ୍ଦି କହିଥିଲେ, ଆମକୁ ଫସାଇ ଦିଆଯାଇଛି। ମୁଁ ଜଣେ ନାରୀ ହୋଇଥିବା ସତ୍ତ୍ୱେ ମୋ’ ଚରିତ୍ରକୁ ସଂହାର କରାଯାଉଛି ବୋଲି ସେ କହିଥିଲେ। ଠିକ୍‌ ସେମିତି ଅନୀଲ୍‌ କହିଥିଲେ, ଆମକୁ ଫସାଇ ଦିଆଯାଇଛି।

ଅନ୍ୟପଟେ  ରିମାଣ୍ଡରେ ଆଣିବା ପରେ ଉଭୟଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା ଆୟକର ବିଭାଗ ଓ କମିସନରେଟ୍‌ ପୋଲିସ୍‌। Z1 ଆପାର୍ଟମେଣ୍ଟରେ ହଂସିକା ଙ୍କର ୩ଟି ଫ୍ଲାଟ୍‌ ଥିବା ଜଣା ପଡିବା ପରେ ଉଭୟଙ୍କୁ ଧରି Z1 ଆପାର୍ଟମେଣ୍ଟକୁ ଯାଇଥିଲା ଆୟକର ବିଭାଗ ଓ କମିସନରେଟ୍‌ ପୋଲିସ୍‌। ପ୍ରଥମେ ଟିମ୍  ୭୦୩ ନମ୍ୱର ଫ୍ଲାଟକୁ ଯାଇଥିଲେ ମଧ୍ୟ ସେହି ଘର ଭିତରକୁ  ଯିବାକୁ  ଅନୁମତି ଦିଆଯାଇ ନଥିଲା। ପରେ ଟିମ୍ ଦୀର୍ଘ ସମୟ ଧରି ଖୋଳତାଡ କରିଥିଲେ। ସେହି ସମୟରେ ସଏହି ଘରୁ  ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ହଂସିକା ଅଭିଲିପ୍ସା ଓ ତାଙ୍କର ସ୍ୱାମୀ ଅନୀଲ ମହାନ୍ତିଙ୍କୁ କମିସନ୍‌ରେଟ୍‌ ପୋଲିସ୍‌ ଗିରଫ କରିଥିଲା। ତେବେ ବୁଧବାର ହଂସିକାଙ୍କ ଆଉ ଜଣେ ସ୍ୱାମୀ ସରୋଜ ସାହୁଙ୍କୁ ଆୟକର ବିଭାଗ ଗିରଫ କରିଥିଲା। ତାଙ୍କର ଆଉ ଜଣେ ସ୍ୱାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କୁ ବୁଧବାର ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ସେହିପରି ମନୋଜଙ୍କ  ବାପା ଓ ଭାଇଙ୍କୁ ମଧ୍ୟ ଆୟକର ବିଭାଗ ପଚରାଉଚରା  କରିଥିଲା। ତଥ୍ୟ ଅନୁସାରେ ହଂସିକା ୭୦ରୁ ୮୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.