ଭୁବନେଶ୍ୱର : ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଥିବା ବେଳେ ହସିଂକା ଶୁକ୍ଲା ଓ କରିସ୍ମା ଅରୋରା ଟପ୍ପର ହୋଇଛନ୍ତି ।
ହସିଂକା ଓ କରିସ୍ମା ଦୁହେଁ ୫୦୦ ମାର୍କରୁ ୪୯୯ ମାର୍କ ରଖି ଏହି ସଫଳତା ଅର୍ଜନ କରିଛନ୍ତି ।
ଚଳିତ ବର୍ଷ ୩୧ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବଳେ ସେମାନଙ୍କ ମଧ୍ୟରୁ ୧୮.୧ଲକ୍ଷ ପୁଅ ଏବଂ ୧୨.୯ ଲକ୍ଷ ଝିଅ ପରୀକ୍ଷାର୍ଥୀ ରହିଥିଲେ । ସିବିଏସଇର ଅଫିସିଆଲ୍ ୱେବସାଇଟରେ ଛାତ୍ରଛାତ୍ରୀମାନେ www.cbse.nic.in ରେଜଲ୍ଟ ଦେଖିପାରିବେ।
ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳରେ ପୁଅଙ୍କ ବଦଳରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି । ପୁଅଙ୍କ ପାସ୍ ହାର ୭୯.୪ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ୍ ହାର ୮୮.୭ ପ୍ରତିଶତ ରହିଛି ।
ସେହିପରି ଟ୍ରାନ୍ସଜେଣ୍ଡର (ତୃତୀୟ ଲିଙ୍ଗ) ଛାତ୍ରଙ୍କ ପାସ୍ ହାର ୮୩.୩୩ ପ୍ରତିଶତ ରହିଛି ।
ତେବେ ଚଳିତ ବର୍ଷ ମୋଟ୍ ପାସ୍ ହାର ୮୩.୪ ପ୍ରତିଶତ ରହିଥିବା ସୂଚନା ମିଳିଛି ।
Comments are closed.