Latest Odisha News

ହଂସିତା ଅଭିଲିପ୍ସାଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର: ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ସୋମବାର ଜାମିନ୍‌ ମିଳିଛି। ଭୁଲ୍‌ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ସହଯୋଗୀ ଅନିଲ ମହାନ୍ତିଙ୍କ ଜାମିନ୍‌ ଶୁଣାଣି ମଧ୍ୟ ଶେଷ ହୋଇଛି।

ସୂଚନାନୁଯାୟୀ, ନିଜକୁ ପତି-ପତ୍ନୀର ପରିଚୟ ଦେଇ ଚତୁରତାର ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ କରି ବନ୍ଧା ହୋଇଛନ୍ତି ବଣ୍ଟି-ବବଲି। ଏହାସହ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍‌ ପକ୍ଷରୁ (ଆଇଟି) ପକ୍ଷରୁ ଚଢାଉ କରାଯାଇଥିଲା।

ଦିଲ୍ଲୀ, ଝାଡଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଘର, କାର୍ଯ୍ୟାଳୟରେ ଚଢାଉ କରାଯିବା ସହ ଆକାଉଣ୍ଟରେ ଟଙ୍କା ନେଣଦେଣ ଉପରେ ମଧ୍ୟ ଖୋଳତାଡ କରାଯାଉଥିଲା। ବିନା ଲୋନ୍‌ରେ ଦାମୀ କାର୍‌ କିଣିବାକୁ ନେଇ ବିବାଦରେ ପଡିଥିଲେ ହଂସିତା। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ହଂସିତା, ଅନୀଲ।

Comments are closed.