Latest Odisha News

BREAKING NEWS

ଆଉ ଆନ୍ଧ୍ର ପକ୍ଷରୁ ରଣଜୀ ଖେଳିବେନି ହନୁମା ବିହାରୀ

ନୂଆଦିଲ୍ଲୀ: ଭାରତୀୟ ଟିମରୁ ବାଦ ପଡିଥିବା ହନୁମା ବିହାରୀ ଏବେ ରଣଜୀ କ୍ରିକେଟ ଖେଳୁଛନ୍ତି । ରଣଜୀ ସିଜନ ଆରମ୍ଭରେ ସେ ଆନ୍ଧ୍ର କ୍ରିକେଟ ଟିମର ଅଧିନାୟକ ଥିଲେ । ଦ୍ୱିତୀୟ ମ୍ୟାଚର ଠିକ ପୂର୍ବରୁ ସେ ଅଧିନାୟକ ପଦରୁ ହଟି ଯାଇଥିଲେ । ଏହା ପରେ କ୍ୱାର୍ଟର ଫାଇନାଲରେ ହାରି ଆନ୍ଧ୍ରପ୍ରଦେଶ ଟାଇଟଲ ଦୌଡରୁ ବାଦ ପଡିଛି । ତେବେ ସୋମବାର ସେ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଜଣେ ସ୍ଥାନୀୟ ନେତାର ପୁଅ ତାଙ୍କୁ ଗାଳିମନ୍ଦ କରିବା ପରେ ଅଧିନାୟକ ପଦରୁ ହଟେଇ ଦିଆ ଯାଇଥିଲା । ଏବେ ସେ ସ୍ପଷ୍ଟ ଭାବେ କହିଛନ୍ତି ଆଗକୁ ଆନ୍ଧ୍ର ପକ୍ଷରୁ କୌଣସି ମ୍ୟାଚ ସେ ଖେଳିବେ ନାହିଁ ।

ଇନଷ୍ଟାଗ୍ରାମରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବେଙ୍ଗଲ ବିପକ୍ଷ ମ୍ୟାଚରେ ମୁଁ ୧୭ତମ ଖେଳାଳି ଉପରେ ବିରକ୍ତ ହୋଇଥିଲି । ସେ ତାଙ୍କ ବାପା(ଯିଏ କି ଏକ ନେତା)ଙ୍କ ନିକଟରେ ମୋ ବିରୁଦ୍ଧରେ ଅଭିଯୋଗ କରିଥିଲେ । କୌଣସି ଭୁଲ ନ ଥିବା ସତ୍ୱେ ମୋତେ ଅଧିନାୟକ ପଦରୁ ବାହାର କରି ଦିଆଯାଇଥିଲା । ଶେଷରେ ସେ ଲେଖିଛନ୍ତି ଯେ, ଆଗକୁ ଆଉ ଆନ୍ଧ୍ର ପକ୍ଷରୁ ଖେଳିବି ନାହିଁ । ଆତ୍ମସମ୍ମାନ ହରାଇବା ପରେ ସେଠାକୁ ଫେରିବା ପ୍ରଶ୍ନ ଉଠୁନି ।

ବିହାରୀ ତାଙ୍କ ପୋଷ୍ଟରେ କାହାର ନାମ ଉଲ୍ଲେଖ କରି ନ ଥିଲେ ମଧ୍ୟ କେଏନ ପୃଥ୍ୱୀରାଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ମୁଁ ସେହି ଖେଳାଳି ଯାହାକୁ ଆପଣମାନେ ଖୋଜୁଛନ୍ତି । ଆପଣମାନେ ଯାହା କିଛି ଶୁଣିଲେ ତାହା ସମ୍ପୂର୍ଣ୍ଣ ମିଛ । ଖେଳଠାରୁ ବଡ ମୋ ପାଇଁ କିଛି ନାହିଁ । ମୋ ସ୍ୱାଭିମାନ ମଧ୍ୟ ଅନ୍ୟମାନଙ୍କ ପରି ମଜଭୁତ । କୌଣସି ମଂଚରେ ଅଭଦ୍ର ଭାଷା ଗ୍ରହଣୀୟ ନୁହେଁ । ଟିମରେ ସମସ୍ତେ ଜାଣନ୍ତି ସେ ଦିନ କଣ ହୋଇଥିଲା ଓ ପ୍ରକୃତ ଦୋଷୀ କିଏ । ବର୍ତମାନ ସହାନୂଭୁତି ଖେଳରେ ଆପଣ ସତ୍ୟକୁ ହୃଦୟଙ୍ଗମ କରନ୍ତୁ ବୋଲି ସେ ଲେଖିଛନ୍ତି ।

Leave A Reply

Your email address will not be published.