Latest Odisha News

BREAKING NEWS

ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ଆସିଲେ ଚାଷୀ ପାଇବେ ପ୍ରତି କ୍ୱିଂଟାଲ ଧାନ ପିଛା ୩୧ଶହ ଟଙ୍କା । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିବା ପାଇଁ ଆରମ୍ଭ କରିଥିଲେ କୃଷକ କଲ୍ୟାଣକାରୀ ଯୋଜନା । ଏହି ଯୋଜନା ଅଧିନରେ ଦେଶର ସମସ୍ତ ରାଜ୍ୟର ଚାଷୀମାନେ ଉପକୃତ ହେଉଥିବାବେଳେ ଓଡିଶାର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି । କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତି ଠାରୁ ଆରମ୍ଭ କରି ଶୀତଳ ଭଣ୍ଡାର ପର୍ଯ୍ୟନ୍ତ ସବୁଥିରେ ଦୁର୍ନିତି କରିଛନ୍ତି ରାଜ୍ୟ ସରକାର । ଏସବି ଦୁର୍ନିତି ବିରୋଧରେ ବିଜେପି କୃଷକମୋର୍ଚ୍ଚା ଓଡିଶାର ୧୦ ହଜାର ଗ୍ରାମକୁ ଯାଇ କୃଷକ ପଞ୍ଚାୟତ କରିବା ସହିତ ଘର ଘର ସମ୍ପର୍କ କାର୍ଯ୍ୟକ୍ରମ ବ୍ୟାପକଭାବେ କରି ଜନମତ ଜାଗ୍ରତ କରିବ ।

ଓଡ଼ିଶାରେ ଆଗାମୀ ନିର୍ବାଚନରେ ବିଜେପି ସରକାରକୁ ଆସିଲେ ଧାନ କୁଇଂଟାଲ ପ୍ରତି ୩୧ ଶହ ଟଙ୍କାରେ ଚାଷୀମାନଙ୍କଠାରୁ କିଣିବ ବୋଲି କହିଛି ବିଜେପି । ଏହାଛଡା କୃଷି ପାଇଁ ବ୍ୟବହୃତ ବିଦ୍ୟୁତକୁ ମାଗଣାରେ ଚାଷୀମାନଙ୍କୁ ପ୍ରଦାନ କରାଯିବ । ଚାଷୀ ତାର ଫସଲର ଲାଭକାରୀ ମୂଲ୍ୟ ପାଇବା ପାଇଁ ବ୍ୟବସ୍ଥା କରାଯିବ । ପ୍ରାକୃତିକ ବିପର୍ଯ୍ୟୟରେ ଫସଲହାନିର ଶତପ୍ରତିଶତ କ୍ଷତିପୂରଣ ଚାଷୀକୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

 

Leave A Reply

Your email address will not be published.