Latest Odisha News

ସୁଖ-ଦୁଃଖ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ମନୁଷ୍ୟ ଜୀବନଟା ଏକ ରଙ୍ଗମଞ୍ଚ । ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ । ସୁଖ ଦୁଃଖ ମନୁଷ୍ୟର କାର୍ଯ୍ୟ ଉପରେ ନିର୍ଭର କରେ । ଖରାପ ସମୟରେ ବ୍ୟକ୍ତି ଅଣନିଶ୍ୱାସ ହୋଇପଡେ ଓ ନିଜର ଦୁଃଖ ବିଷୟରେ ଅନ୍ୟକୁ କହିପାରେ ନାହିଁ । କିନ୍ତୁ ବେଳେ ବେଳେ ପରିସ୍ଥିତି ଏମିତି ହୁଏ ନିଜର ଦୁଃଖ ବିଷୟରେ ଅନ୍ୟକୁ ନ କହି ପାରି ସେଥିରେ ଅଧିକ ସନ୍ତୁଳି ହୁଏ । କେତେକ ଲୋକ ସର୍ବଦା ଦୁଃଖରେ ରହିଥାନ୍ତି ।

ସେମାନଙ୍କ ଜୀବନ ଭଲରେ କଟୁଥିଲେ ବି ସର୍ବଦା ବିନା କାରଣରେ ଚିନ୍ତିତ ରହିଥାନ୍ତି । କୌଣସି ବି ପରିସ୍ଥିତି ତାଙ୍କୁ ଖୁସି କରି ପାରେ ନାହିଁ । ତାଙ୍କର ଦୃଷ୍ଟିକୋଣ ଏତେ ଯେ ସେମାନେ ନିଜ ସାମ୍ନାରେ ଥିବା ଖୁସିକୁ କେବେ ବି ଦେଖି ପାରନ୍ତି ନାହିଁ ।  ତାର ପୂର୍ବ କର୍ମ ଅନୁସାରେ ଗୋଟିଏ ଶରୀର ପାଇଥାଏ ଏବଂ ଶରୀର, ମନ ଏବଂ ବୁଦ୍ଧି ସହିତ ତାଦାଞଗ୍ୟ ସ୍ଥାପିତ କରିଥାଏ । ତେଣୁ ସେ ଶରୀରସ୍ଥ ଇନ୍ଦ୍ରିୟମାନଙ୍କର ସୁଖ ଖୋଜିଥାଏ । ଯେତେବେଳେ ଇନ୍ଦ୍ରିୟ ଗୁଡ଼ିକର ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସହିତ ସଂଯୋଗ ହୋଇଥାଏ, ମନକୁ ସୁଖଦ ଅନୁଭୂତି ହୋଇଥାଏ ।

ଏହିପରି ଭାବରେ ଇନ୍ଦ୍ରିୟ, ମନ ଓ ବୁଦ୍ଧି ମାଧ୍ୟମରେ ସୁଖ ଦୁଃଖର ଅନୁଭବ କରିଥାଏ । ଏହାକୁ ଏକ ସ୍ୱପ୍ନାବସ୍ଥା ସହ ତୁଳନା କରାଯାଇପାରେ । ଆଞଗା ନିଜର ଅତୀତ ତଥା ଏହି ଜନ୍ମର କର୍ମ ଅନୁସାରେ ସୁଖ ଓ ଦୁଃଖ ଅନୁଭବ କରେ । ଫଳ ସ୍ୱରୂପ, ଉଭୟ ପ୍ରକାରର ଅନୁଭୂତି ପାଇଁ ସେ ଦାୟୀ ହୋଇଥାଏ । ଆମେ ସମସ୍ତେ ଖୁସି ପାଇଁ ଭଗବାନଙ୍କ ଠାରେ କାମନା କରୁ । ଭଗବାନ ମଧ୍ୟ ଆମକୁ ସୁଖ ଦିଅନ୍ତି । କିନ୍ତୁ କିଛି
ବିରଳ ଭକ୍ତ ଅଛନ୍ତି, ଯେଉଁମାନେ ଈଶ୍ୱରଙ୍କ ସହଭାଗିତା ପାଇବା ପାଇଁ ଭଗବାନଙ୍କଠାରୁ ଦୁଃଖ ମାଗନ୍ତି । କାରଣ ସେହି ଭକ୍ତ ଜାଣନ୍ତି, ମାୟାର ସୁଖ ପ୍ରଭାବ ହେତୁ ଆମେ ଭଗବାନଙ୍କୁ ଭୁଲିଯାଉ । ଏବଂ ଟିକିଏ ଦୁଃଖ ଆସିବା ମାତ୍ରେ ଆମେ ବିଭ୍ରାନ୍ତ ହୋଇ ଭଗବାନଙ୍କ ସାହାଯ୍ୟ ମାଗୁ । ତେଣୁ ମୌଳିକ କଥା ହେଉଛି ସୁଖରେ ଆମେ ଭଗବାନଙ୍କୁ ଭୁଲିଯାଉ, ଏବଂ ଦୁଃଖରେ ଭଗବାନଙ୍କୁ ଇଛା କରୁ । ପାଣ୍ଡବଙ୍କ ଜୀବନ ଦୁଖରେ ପରିପୂର୍ଣ୍ଣ, କିନ୍ତୁ ସେମାନେ ଶ୍ରୀକୃଷ୍ଣଙ୍କ ନିକଟରେ କେବେ ଅଭିଯୋଗ କରିନାହାଁନ୍ତି । ଯିଏ ତାଙ୍କର ସର୍ବୋତ୍ତମ ବନ୍ଧୁ ଏବଂ ଘନିଷ୍ଠ ସମ୍ପର୍କୀୟ । ପାଣ୍ଡବମାନେ ମଧ୍ୟ ଜାଣିଥିଲେ ଯେ ଶ୍ରୀକୃଷ୍ଣ ହେଉଛନ୍ତି ସର୍ବୋଚ୍ଚ ପ୍ରଭୁ । ପାଣ୍ଡବଙ୍କର ଶ୍ରୀକୃ୩⁄୪ଙ୍କ ପ୍ରତି ଅପାର ଭକ୍ତି ଥିଲା । ସେ ପ୍ରତ୍ୟେକ ପରିସ୍ଥିତିରେ ଶ୍ରୀକୃଷ୍ଣଙ୍କ ଉପରେ ନିଜର ବିଶ୍ୱାସ ବଜାୟ ରଖିଥିଲେ ଏବଂ ପରିସ୍ଥିତି ଯେତେ ବିପରୀତ ହେଉନା କାହିଁକି ସେ ନିଜ ଆଶ୍ରୟରେ ନିଜକୁ ଖୁସି ମନେ କରୁଥିଲେ । ଯେତେବେଳେ ଯୁଦ୍ଧ ସମାପ୍ତ ହେଲା ଏବଂ ପାଣ୍ଡବମାନେ ସେମାନଙ୍କର ରାଜ୍ୟ ପାଇଲେ, ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାକୁ ଫେରି ଯିବାକୁ ଆରମ୍ଭ କଲେ । ଏହା ଶୁଣି ପାଣ୍ଡବଙ୍କର ମାତା କୁନ୍ତୀ ତାଙ୍କୁ ପ୍ରାର୍ଥନା କଲେ, ଯାହା ଅତ୍ୟନ୍ତ
ଆଶ୍ଚର୍ଯ୍ୟଜନକ । ସେ ଭଗବାନଙ୍କୁ କହିଥିଲେ ଯେ ହେ ଗୋବିନ୍ଦ! ହେ କେଶବ!

ଆମ ଜୀବନରେ ସବୁବେଳେ ଦୁଃଖ ହିଁ ଦୁଃଖ ହେଉ । ଯାହାଫଳରେ ତୁମେ ପ୍ରତ୍ୟେକ ମୁହୂର୍ତ୍ତରେ ଆମ ସହିତ ରହିବ, ଯେତେବେଳେ ଆଜି ସୁଖର ସମୟ ଆସିଛି, ତୁମେ ଆମକୁ ଛାଡି ଚାଲିଯାଉଛି । ବାସ୍ତବ ଜୀବନରେ ମଧ୍ୟ ଏହା ହେଉଛି ସତ୍ୟ ଯେ ଯେତେବେଳେ ସୁଖ ଆସେ ଆମେ ଭଗବାନଙ୍କୁ ଭୁଲିଯାଉ, ଦୁଃଖରେ ଭଗବାନଙ୍କୁ ମନେ ପକାଉ ଏବଂ ମନ୍ଦିରକୁ ଯାଉ ସୁଖ କାମନା କରୁ ।

Comments are closed.