Latest Odisha News

BREAKING NEWS

ଭାବପ୍ରବଣ ବାର୍ତ୍ତା ଲେଖି ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ‌ଣାଇଲେ ବବି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ତାଙ୍କର ୮୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର କୋଟି ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ମଧ୍ୟ ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ ପିତାଙ୍କୁ ଜନ୍ମଦିନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି।

ବବି ଦେଓଲଙ୍କ ପିଲାଦିନର ଏହି ଫଟୋରେ ଧର୍ମେନ୍ଦ୍ର ବହୁତ ଛୋଟ ଦେଖାଯାଉଛନ୍ତି। ଛୋଟ ବବି ପାପା ଧର୍ମେନ୍ଦ୍ରଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି। ସେ ସେମାନଙ୍କୁ ଗାଲରେ ଚୁମ୍ବନ ଦେଉଛନ୍ତି। ଧର୍ମେନ୍ଦ୍ରଙ୍କ ହାତରେ ଏକ ଗ୍ଲାସ୍‌ ମଧ୍ୟ ରହିଛି। ଦୁହେଁ ମେଳ ଖାଉଥିବା ପ୍ୟାଟର୍ ସାର୍ଟ ପିନ୍ଧିଛନ୍ତି ଏବଂ ପିତା-ପୁଅର ଏହି ଯୋଡି ବହୁତ ସୁନ୍ଦର ଦେଖାଯାଉଛି। ବବି ଫଟୋ ସହିତ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି।

ବବି ଲେଖିଛନ୍ତି, ଲଭ୍ ୟୁ ପାପା … ଜନ୍ମଦିନର ଶୁଭେଚ୍ଛା। ଏହି କ୍ୟାପସନ୍ ସହିତ ବବି ଏକ ହାର୍ଟ ଏବଂ ହଗ୍ ଇମୋଜି ମଧ୍ୟ ଦେଇଚନ୍ତି। ଧର୍ମେନ୍ଦ୍ରଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଏହି ଫଟୋ ସେୟାର କରିଛନ୍ତି। କମେଣ୍ଟ ବକ୍ସରେ ଅନେକ ଲୋକ ଧର୍ମେନ୍ଦ୍ରଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

Comments are closed.