Latest Odisha News

BREAKING NEWS

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ଜଣଙ୍କର ଜୀବନ ଯାଇଛି । ୫ଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି ।

ପୁରୀ ଜିଲ୍ଲାରୁ ସର୍ବାଧିକ ଦୁଇ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣତ୍ୟାଗ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭ଶହ ୮୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.