Latest Odisha News

BREAKING NEWS

ଅମିତାଭ @ ୭୯

ମୁମ୍ବାଇ: ବଲିଉଡ଼ ବାଦଶାହ ଓରଫ୍ ବିଗ୍ ବି ଅମିତାଭ ବଚ୍ଚନ। ଏବେ ବି ଫ୍ୟାନଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏବେ ବି ତାଙ୍କର ଦମଦାର ଅଭିନୟରେ ବାନ୍ଧି ରଖିଛନ୍ତି ଦର୍ଶକ ମାନଙ୍କୁ । ଏବେ ବି ବଲିଉଡ଼ର ଆଇକନ୍ ପାଲଟିଛନ୍ତି ବିଗ୍ ବି । କେବଳ ଫିଲ୍ମ ଜଗତରେ ନୁହେଁ ବିଭିନ୍ନ ସିରିଏଲ, ଟିଭି ସୋ ରୁ ନେଇ ମ୍ୟୁଜିକ୍ ଆଲବମରେ ବି ତାଙ୍କ ଅଭିନୟର ଛାପ ରହିଛି । ସବୁଠୁ ବେଶ ଲୋକପ୍ରିୟ ସିରିଏଲ୍ ‘କୌନ୍ ବନେଗା କରୋଡପତି’ରେ ଅଲଗା ଏକ ପରିଚୟ ମିଳିଛ ତାଙ୍କୁ ।

୭୯ ବର୍ଷରେ ବଲିଉଡର ବାଦଶାହ ଅମିତାଭ ବଚ୍ଚନ । ୧୯୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ୟୁପିର ପ୍ରୟାଗରାଜରେ ୧୯୪୨ ମସିହାର ଆଜିର ଦିନରେ ଅମିତାଭ ଜନ୍ମଗ୍ରହଣ କରିଥିଲେ ଅମିତାଭ । ତାଙ୍କର ମାଆ ଥିଲେ ସାମାଜିକକର୍ମୀ ତେଜି ବଚ୍ଚନ ଏବଂ ବାପା ଖ୍ୟାତନାମା ହିନ୍ଦୀ କବି ହରିବଂଶ ରାୟ ବଚ୍ଚନ । ଜୀବନର ଅନେକ ଉତଥାନ, ପତନ ଦେଖିଥିବା ଅମିତାଭଙ୍କ ଦେଶ ଓ ବିଦେଶରେ କୋଟି କୋଟି ପ୍ରଂଶସକ ଅଛନ୍ତି । ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିବା ପରେ ଲଗାତାର ୧୨ଟି ଫ୍ଲପ ଫିଲ୍ମ ଦେଇଥିଲେ ବିଗ ବି ।

ବଲିଉଡ଼ର ଅଭିନେତ୍ରୀ ରେଖାଙ୍କ ସହ ତାଙ୍କ ରିଲେସନସିପ ନେଇ ବହୁ ଚର୍ଚ୍ଚା ହୁଏ। ଯେଉଁଥିରେ ଏବେ ବି ଫୁଲଷ୍ଟପ୍ ଲାଗିନି। ହେଲେ ୧୯୭୩ରେ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ ।

ତେବେ ପିଲ୍ମ ଜଞ୍ଜିର ସୁପର ଡୁପର ହିଟ ହେବା ପରେ ତାଙ୍କ କ୍ୟାରିୟରର ମୋଡ ବଦଳିଯାଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସଫଳତାର ସବୁ ରେକର୍ଡ ଭାଙ୍ଗିଥିଲା । ଏହାପରେ ଅନେକ ସୁପରହିଟ ଫିଲ୍ମ ଦେଇ ସେ ବଲିଉଡର ବାଦଶାହ ବନିଯାଇଥିଲେ । ଅମିତାଭଙ୍କୁ ବଲିଉଡର ସବୁଠାରୁ ସଫଳ ଅଭିନେତା ବୋଲି କୁହାଯାଏ ।

୧୯୬୯ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ରୁ ଅମିତାଭ ଅଭିନୟ ଜୀବନ ଆରମ୍ଭ କରିଥିଲେ । କିନ୍ତୁ, ତାଙ୍କୁ ପ୍ରସିଦ୍ଧି ମିଳି ନଥିଲା ।  ଅମିତାଭଙ୍କୁ ୩୦ ବର୍ଷ ହେବା ବେଳକୁ ତାଙ୍କର ୧୨ଟି ଚଳଚ୍ଚିତ୍ର ‘ଫ୍ଲପ୍‌’ ହେବା ସହ ମାତ୍ର ୨ଟି ଚଳଚ୍ଚିତ୍ର ହିଟ୍‌ ହୋଇଥିଲା । 

‘ଜଞ୍ଜିର୍‌’ ପରେ ପରେ ୧୯୭୦ ରୁ ୮୦ ଦଶକ ମଧ୍ୟରେ ସଲିମ୍‌-ଜାେଓ୍ଵଦ୍‌ଙ୍କ ଲିଖିତ ‘ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍‌’ ଚରିତ୍ର ଥିବା ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅମିତାଭ ଅବିସ୍ମରଣୀୟ ଅଭିନୟ କରିଛନ୍ତି । ସେଥିରୁ ପ୍ରାୟ ସବୁଗୁଡ଼ିକ ‘ସୁପର୍‌ ହିଟ୍‌’ ହୋଇଥିଲା । ‘ଦିଓ୍ଵାର୍‌’, ‘ସିଲ୍‌ସିଲା’, ‘ୟାରାନା’, ‘ଡନ୍‌’, ‘ସୋଲେ’ ସାହେନ୍‌ଶାହ୍‌’, ‘ଆନନ୍ଦ’, ‘ଅଭିମାନ’ ‘କଭି ଖୁସି କଭି ଗମ୍‌’ ଏବଂ ଆହୁରି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ହୋଇପାରିଛି । 

୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତର ପ୍ରଦେଶର ଆହ୍ଲାବାଦ୍‌ରେ ଜନ୍ମିତ ଅମିତାଭ ବଚ୍ଚନ ୪ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏହାଛଡ଼ା, ୧୯୮୪ରେ ସେ ‘ପଦ୍ମଶ୍ରୀ’ ଏବଂ ୨୦୧୫ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ଭୂଷିତ ହୋଇଛନ୍ତି ।

Leave A Reply

Your email address will not be published.