Latest Odisha News

BREAKING NEWS

ହାପି ବାର୍ଥ ଡେ ଅମିତାଭ…

ନୂଆଦିଲ୍ଲୀ: ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୭ ତମ ଜନ୍ମଦିନ ପାଳନ କରିଛନ୍ତି ।

‘ବିଗ ବି’ଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ ଧରି ବଲିଉଡରେ ରାଜ କରିବା ସହ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ସୁପରହିଟ ଚଳଚ୍ଚିତ୍ର ମଧ୍ୟରେ ସୋଲେ, ସେହେନଶାହ, କାଲିଆ, ଡନ୍, ଅଗ୍ନିପଥ, ସୁରିୟବଂଶମ୍, ଦିୱାର, ଲାୱାରିସ୍, କଭି ଖୁସି କଭି ଗମ୍ ରହିଛି ।

ନିକଟରେ ତାଙ୍କ ଅଭିନୀତ ସାଉଥ ଫିଲ୍ମ ‘ସଇ ରା ନରସିହ୍ମା ରେଡ୍ଡୀ’ ରିଲିଜ ହୋଇଯାଇଛି ।

ଏହି ଫିଲ୍ମରେ ‘ବିଗ ବି’ ପାଚିଲା ଦାଢୀ ଓ ମଥାରେ ଲାଲ ଟିକା ଲଗାଇଥିବା ନଜର ଆସିଛନ୍ତି । ଏହିର ଫିଲ୍ମର କାହାଣୀ ସ୍ୱାଧୀନତା ସଂଗ୍ରାମୀ ନରସିହ୍ମା ରେଡ୍ଡୀଙ୍କ ଜୀବନ ଉପରେ ଆଧାରିତ ହୋଇଥିବା ବେଳେ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ମଧ୍ୟ ନଜର ଆସିଛନ୍ତି ।

Leave A Reply

Your email address will not be published.