ମୁମ୍ବାଇ : ହାପି ବାର୍ଥ ଡେ କୁଲଦୀପ ଯାଦବ । ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର କୂଲଦୀପ । ଚାଇନାମ୍ୟାନ୍ ନାମରେ ବେଶ୍ ଜଣାଶୁଣା । ଡିସେମ୍ବର ୧୪ ଅର୍ଥାତ୍ ଆଜିର ଦିନରେ କାନପୁରରେ ତାଙ୍କ ଜନ୍ମ । ୨୦୧୭ ମସିହା ମାର୍ଚ୍ଚ ୨୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରେ ସେ ଡେବ୍ୟୁ କରିଥିଲେ । ସେହି ଗୋଟିଏ ବର୍ଷରେ କୂଳଦୀପ ଦିନିକିଆ, ଟି-୨୦ ଟେଷ୍ଟ ଖେଳିଥିଲେ । ୨୦୧୯ ମସିହାରେ କୂଲଦୀପଙ୍କୁ ବିଶ୍ବକପରେ ଭାରତ ପାଇଁ ଖେଳିବାର ସୁଯୋଗ ମିଳିଥିଲା ।
ସେତେବେଳେ ତାଙ୍କ ପ୍ରଦର୍ଶନ ଥିଲା ଅତି ଚତ୍ମକାର । ସେବେଠାରୁ କୁଲଦୀପ ଆଉ ପଛକୁ ଚାହିଁ ନଥିଲେ।୨୦୨୩ ମସିହାରେ ଦିନିକିଆ କ୍ରିକେଟ୍ ବିଶ୍ବକପରେ ବି ଜୋରଦାର ବୋଲିଂ କରିଥିଲେ କୁଲଦୀପ । ଦିନିକିଆ କ୍ରିକେଟରେ ଦୁଇ ଦୁଇଥର ହ୍ୟାଟ୍ରିକ ନେବାରେ ସେ ଥିଲେ ପ୍ରଥମ ଭାରତୀୟ ବୋଲର । ଆଜି ଜନ୍ମଦିନରେ ବିସିସିଆଇ କୁଲଦୀପଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛି ।
Comments are closed.