Latest Odisha News

BREAKING NEWS

ମା’ ଶାରଳାଙ୍କ ମନ୍ଦିରରୁ ଚୋରୀ, ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ

ଜଗତସିଂହପୁର: ଶେଷରେ ଠାକୁରଙ୍କୁ ବି ଛାଡିଲେନି । ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଚୋର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଶାରଳାଙ୍କ ମନ୍ଦିରରେ । ତେବେ ହୁଣ୍ଡିରେ କେତେ ଟଙ୍କା ଥିଲା ତାହା ଜଣାପଡିନାହିଁ ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ମାଆ ଶାରଳାଙ୍କ ହୁଣ୍ଡି ଭାଙ୍ଗି ଚୋର ଟଙ୍କା ନେଇଯାଇଥିଲେ । ସକାଳୁ ମନ୍ଦିର ପୂଜକ ଆସି ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନା ପୋଲିସ କୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

Leave A Reply

Your email address will not be published.