Latest Odisha News

BREAKING NEWS

ରାଜେଶ ଖାନ୍ନାଙ୍କଠାରୁ ‘କାକା’ଙ୍କ ପର୍ଯ୍ୟନ୍ତ ଯାତ୍ରା; ଜାଣନ୍ତୁ କିପରି ରାଜେଶ ଖାନ୍ନାଙ୍କୁ ମିଳିଥିଲା ସୁପର୍‌ଷ୍ଟାର୍‌ର ଟ୍ୟାଗ୍‌

ନୂଆଦିଲ୍ଲୀ: ଆଜି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଇତିହାସରେ ପ୍ରଥମ ସୁପରଷ୍ଟାର ଭାବେ ଜଣାଶୁଣା ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନାଙ୍କ ଜନ୍ମଦିନ। ବଲିଉଡରେ ରାଜେଶ ଖାନ୍ନାଙ୍କୁ ‘କାକା’ କୁହାଯାଏ। ରାଜେଶ ଖାନ୍ନା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏପରି ଅନେକ ଚଳଚ୍ଚିତ୍ର କରିଥିଲେ, ଯାହାକୁ ଦର୍ଶକମାନେ ଏବେ ମଧ୍ୟ ଭଲ ପାଆନ୍ତି। ରାଜେଶ ଖାନ୍ନା ୧୯୬୯ ରୁ ୧୯୭୧ ପର୍ଯ୍ୟନ୍ତ କ୍ରମାଗତ ୧୫ ଟି ସୁପରହିଟ୍ ଚଳଚ୍ଚିତ୍ର କରିଥିଲେ। ରାଜେଶ ଖାନ୍ନା ‘ଆରାଧନା’, ‘ଦୋ ରାସ୍ତେ, ‘ଖାମୋସି’, ‘ସଚ୍ଚାଝୁଟା’, ‘ଗୁଡ୍ଡି’, ‘କୃତି କିଟ୍’, ‘ସଫର’, ‘ଦାଗ’, ‘ଅମର ପ୍ରେମ’, ‘ପ୍ରେମ ନାଗର’, ‘ନମକ ହରାମ, ‘ରୋଟି’, ‘ସୌତନ୍‌’, ‘ଅବତାର’ ଭଳି ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପରେ ରାଜନୀତିରେ ମଧ୍ୟ ସେ ପ୍ରବେଶ କରିଥିଲେ। ରାଜେଶ ଖାନ୍ନା ୧୯୪୨ ମସିହା ୨୯ ଡିସେମ୍ବରରେ ଅମୃତସର (ପଞ୍ଜାବ) ରେ ଜନ୍ମଗ୍ରହଣ କରିଥିଲେ।

ରାଜେଶ ଖାନ୍ନାଙ୍କ ପ୍ରକୃତ ନାମ ଥିଲା ଜତିନ୍‌ ଖାନ୍ନା ଏବଂ ତାଙ୍କ ମାମୁଁ କେ.କେ ତାଲୱାର ଫିଲ୍ମରେ ଅଭିନୟ କରିବା ପୂର୍ବରୁ ତାଙ୍କ ନାମ ଜତିନ୍‌ରୁ ରାଜେଶରେ ପରିବର୍ତ୍ତନ କରିଥିଲେ। ଇଣ୍ଡଷ୍ଟ୍ରିରେ ଲୋକମାନେ ରାଜେଶ ଖାନ୍ନାଙ୍କୁ ‘କାକା’ ନାମରେ ଡାକୁଥିଲେ।

ରାଜେଶ ଖାନ୍ନା ତତ୍କାଳୀନ ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ୍ କାପାଡିଆଙ୍କୁ ବିବାହ କରିଥିଲେ। ରାଜେଶ ଖାନ୍ନାଙ୍କର ଦୁଇ ଝିଅ ଟ୍ୱିଙ୍କଲ ଖାନ୍ନା ଏବଂ ରିଙ୍କି ଖାନ୍ନା ଅଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ ଝିଅ ଟ୍ୱିଙ୍କଲ ଖାନ୍ନାଙ୍କର ମଧ୍ୟ ସମାନ ତାରିଖ ଅର୍ଥାତ୍‌ ଡିସେମ୍ବରରେ ୨୯ରେ ତାରିଖରେ ଜନ୍ମ। ଚେତନ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଖ୍‌ରି ଖତ୍‌’ ପାଇଁ ଭାରତ ତରଫରୁ ୪୦ ତମ ଓସ୍କାର ପୁରସ୍କାରରେ ପାଇଁ ପଠାଯାଇଥିଲା।

ଫିଲ୍ମ ‘ଆରାଧନା’ ପରେ ରାଜେଶ ଖାନ୍ନାଙ୍କୁ ପ୍ରଥମ ସୁପରଷ୍ଟାର ଘୋଷିତ କରାଯାଇଥିଲା। ଏହି ଚଳଚ୍ଚିତ୍ରରେ ରାଜେଶ ଖାନ୍ନା ଶର୍ମିଲା ଟାଗୋର ଏବଂ ଫରିଦା ଜାଲାଲଙ୍କ ସହ ଉତ୍କୃଷ୍ଟ ଅଭିନୟ କରିଥିଲେ। ୨୦୧୩ ରେ ଭାରତ ସରକାରଙ୍କ ତରଫରୁ ରାଜେଶ ଖାନ୍ନାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର ବ୍ୟତୀତ ସେ ରାଜନୀତିରେ ପ୍ରବେଶ କରି କଂଗ୍ରେସ ଦଳର ସାଂସଦ ହୋଇଥିଲେ ଏବଂ ଲୋକସଭାରେ ମଧ୍ୟ ପହଞ୍ଚିଥିଲେ।

୨୦୧୨ ରେ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଆକା କାକାଙ୍କ ଜୁଲାଇ ୧୮ ରେ ତାଙ୍କ ଦେହାନ୍ତ ହୋଇଥିଲା।

Comments are closed.