Latest Odisha News

BREAKING NEWS

ରେଳ ଧରଣାରୁ ମିଳିଲା କର୍ଣ୍ଣାଟକ ବିଧାନ ପରିଷଦ୍‌ର ଉପାଧ୍ୟକ୍ଷଙ୍କ ମୃତଦେହ

ବେଙ୍ଗାଲୁରୁ: ରେଳ ଧାରଣାରୁ ଉଦ୍ଧାର ହେଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ। ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ତାଙ୍କ ମୃତ ଦେହ ମିଳିଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ଦିନ ଭୋର ସମୟରେ ଧର୍ମଗୌଡ଼ାଙ୍କ ମୃତଦେହ ରେଳ ଲାଇନ୍‌ରେ ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତେଦହକୁ ଜବତ କରିବା ସହ ମୃତ ଦେହ ନିକଟରୁ ଏକ ସୁଇସାଇଡ଼ ନୋଟ ମଧ୍ୟ ଜବତ କରିଥିବା ସୂଚନା ମିଳିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିପାଶ୍ୱିକ ସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।ଘଟଣାରେ ପୋଲିସ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ।

ଅନ୍ୟପଟେ ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତ୍ୟୁ ଖବର ପାଇ ଅନେକ ରାଜନେତା ଗଭୀର ଶୋକ ଜାହିର କରିଛନ୍ତି ।  ଏହାସହିତ ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଏଚଡି ଦେବେଗୌଡ଼ା କହିଛନ୍ତି ।

Leave A Reply

Your email address will not be published.