ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଲିଟିଲ୍ ମାଷ୍ଟର କୁହାଯାଉଥିବା ସଚିନଙ୍କ ପୂରା ନାଁ ହେଉଛି ସଚିନ୍ ରମେଶ ତେନ୍ଦୁଲକର। ସଚିନ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇର ଦାଦାର ମହାରାଷ୍ଟ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ।
ନିକଟରେ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଥିଲେ ଏବଂ ସେଥିରୁ ଆରୋଗ୍ୟ ଲାଭ ବି କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସଚିନ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି। ଭୂତାଣୁ ବିସ୍ତାର ବିରୁଦ୍ଧରେ ଭାରତର ସଂଗ୍ରାମକୁ ଆଗେଇ ନେଉଥିବା ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସମ୍ମାନ ଜଣାଇ ତେନ୍ଦୁଲକର ୨୦୨୦ ରେ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ।
ସଚିନ ତେନ୍ଦୁଲକର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଖେଳି କ୍ରିକେଟ୍ ଦୁନିଆରେ ପ୍ରବେଶ କରିଥିଲେ। ସଚିନ୍ ତେନ୍ଦୁଲକର ଆଇସିସି ବିଶ୍ୱକପ୍ ରେ ସ୍ଥାନ ପାଇଥିଲେ।
Comments are closed.