Latest Odisha News

BREAKING NEWS

ହାପି ବାର୍ଥ ଡେ ବିଦ୍ୟା

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଚେହେରା ବିଦ୍ୟା ବାଲାନ। କାହାନୀ, ଡର୍ଟି ପିକ୍ଚର, କାହାନି-୨ ଭଳି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ଆଜି ଅର୍ଥାତ୍‌ ଜାନୁଆରୀ ୧ ତାରିଖ ଦିନ ସେ ତାଙ୍କ ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧ ଜାନୁୟାରୀ ୧୯୭୯ରେ ବିଦ୍ୟାଙ୍କ ଜନ୍ମ। ବିଦ୍ୟା ବାଲାନ ମୁମ୍ବାଇର ଚେମ୍ବୁରରେ ଏକ ତାମିଲ ପରିବାରରେ ଜନ୍ମ ହୋଇଥିଲେ, ବିଦ୍ୟାଙ୍କ ପିତା ପି. ଆର୍‌ ବାଲାନ୍ ଡିଜିକେବଲ୍ ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଥିଲେ।

ମାଧୁରୀ ଦୀକ୍ଷିତ ଏବଂ ଶବାନା ଆଜମିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଦ୍ୟା ଅଳ୍ପ ବୟସରେ ବଲିଉଡରେ କାମ କରିବାକୁ ମନସ୍ଥ କରିଥିଲେ। ବିଦ୍ୟା ୧୬ ବର୍ଷ ବୟସରେ ଏକତା କପୁରଙ୍କ ଟିଭି ସିରିଏଲ ହମ ପାଞ୍ଚରୁ କ୍ୟାରିୟର ଆରମ୍ଭ କରିଥିଲେ କିନ୍ତୁ ବିଦ୍ୟା ଚଳଚ୍ଚିତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ। ତାଙ୍କ ପିତାମାତା ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ, କିନ୍ତୁ ସେହି ସମୟରେ ତାଙ୍କ ଅଧ୍ୟୟନ ସମାପ୍ତ କରିବାର ସର୍ତ୍ତ ରଖିଥିଲେ।

ବିଦ୍ୟା ଚଳଚ୍ଚିତ୍ରରେ କ୍ୟାରିୟର କରିବା ସହଜ ନଥିଲା। ମାଲାୟାଲମ୍ ଏବଂ ତାମିଲ୍ ଚଳଚ୍ଚିତ୍ରରେ ଅନେକ ଚେଷ୍ଟା ପରେ ମଧ୍ୟ ସେ ବିଫଳ ହୋଇଥିଲେ, ବିଦ୍ୟା ବଙ୍ଗଳା ଚଳଚ୍ଚିତ୍ର ଭାଲୋ ଥେକୋରୁ ସ୍ୱୀକୃତି ପାଇଥିଲେ। ଏହି ଚଳଚ୍ଚିତ୍ରରେ ଭାଦିଆ ଆନନ୍ଦୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଯେଉଁଥିପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଆନନ୍ଦଲୋକ ପୁରସ୍କାର ମଧ୍ୟ ପାଇଥିଲେ। ବିଦ୍ୟା ବାଲାନ ‘ପରିନୀତା’ ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହା ପରେ ସେ ‘ଲଗେ ରହୋ ମୁନ୍ନା ଭାଇ’, ‘ଗୁରୁ ଏବଂ ସଲାମ-ଇ-ଇଶ୍କ’ ପରି ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି।

କିନ୍ତୁ ୨୦୦୭ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଭୋଲ୍ ଭୁଲିଆ ତାଙ୍କ କ୍ୟାରିୟର ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଏହା ଏକ ଚ୍ୟାଲେଞ୍ଜିଂ ଚରିତ୍ର ଥିଲା। ଏହା ପରେ ବିଦ୍ୟା ୨୦୦୯ରେ ଚଳଚ୍ଚିତ୍ର ‘ପା’ ଏବଂ ବିଶାଲ ଭରଦ୍ୱାଜଙ୍କ ‘ଇଶ୍କିଆ’ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ଏହା ପରେ ସେ ୨୦୧୧ରେ ଚଳଚ୍ଚିତ୍ର ‘ଡର୍ଟି ପିକ୍‌ଚର’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ।

Leave A Reply

Your email address will not be published.