ଭୁବନେଶ୍ୱର : ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ । ଜୀବନରେ ଯେତେ ଝଡ ତୋଫାନ ଆସିଲେବି କେବେବି କରବୁନି ପର ମୋତେ । ଅଧା ବାଟରେ ଛାଡିବୁନି ହାତ ମୋର ।ଏମିତି କେତେ ମନର କଥା ପ୍ରେମିକ ପ୍ରେମିକା ମାନେ କୁହାକୁହି ହୁଅନ୍ତି ।
ସେ ସ୍ୱାମୀ ସ୍ୱୀ ହେଉ ଅବା ବାପା-ଝିଅ, ମା-ପୁଅ, ଭାଇ-ଭଉଣୀ ,ସାଙ୍ଗସାଥୀ ସବୁ ସମ୍ପର୍କରେ ପ୍ରତିଶ୍ରୁତିର ଉପସ୍ଥିତ ରହିଥାଏ । ତେଣୁ ଆଜି ସ୍ପେଶାଲ ଡେ ରେ ନିଜ ସାଥୀଙ୍କୁ ଖୁସି ରଖିବା ପାଇଁ ସମସ୍ତେ ସପଥ ନେବେ । ହେଲେ ଏବେ ଡିଜିଟାଲ ଯୁଗରେ ଏବେ ପ୍ରତିଶ୍ରୁତିର ମାଧ୍ୟମ ପାଲଟିଛି ଫୋନ୍ , ଫେସବୁକ ଏବଂ ହ୍ୱାଟସଆପ୍ ।
ହେଲେ ଆଗରୁ ଏହି ଦିନ ଗୁଡିକ ପ୍ରେମୀ ଯୁଗଳମାନେ ବିଭିନ୍ନ ରେଷ୍ଟ୍ୁରାଣ୍ଟ, ପାର୍କ ଓ ଖୋଲା ସ୍ଥାନକୁ ଯାଇଁ ମନର ମଣିଷ ସହ ସେଲିବ୍ରେସନ କରୁଥିଲେ ।ହେଲେ ଏହା ପାଶ୍ଚାତ୍ୟ ସଂସ୍କୃତି ହେଲେ ଆମ ଭାରତୀୟ ମାନେ ଏହି ଦିନକୁ ଖୁବ୍ ଖୁସିରେ ସେଲିବ୍ରେସନ କରୁଛନ୍ତି ।
ଅନ୍ୟପଟେ ବଜରଙ୍ଗୀ ଦଳ ଓ କିଛି ଅଭିଭାବକ ଏ ପ୍ରେମ ସପ୍ତାହ ବା ଭାଲେନଟାଇନ ଉଇକକୁ ବିରୋଧ କରନ୍ତି ।ହେଲେ ବିରୋଧ ସତ୍ୱେ ମଧ୍ୟ ସମାଜରେ ଏହି ସପ୍ତାହର ସେଲିବ୍ରେସନ କେଉଁ କାଳରୁ ପ୍ରଚଳିତ ହେଉଛି ।
Comments are closed.