Latest Odisha News

BREAKING NEWS

[ଭିଡିଓ] ପ୍ରଚାର ସମୟରେ କରୋନା କଟକଣା ଉଲ୍ଲଙ୍ଘନ କଲା ବିଜେଡି , ଅଭିଯୋଗ ଆଣିଲା ବିଜେପି

ପିପିଲି : ପଞ୍ଚାୟତ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ । ଶାସକ ବଜେଡି ଦଳ ପିପିଲିରେ ମାରାଥନ ପ୍ରଚାର ଜାରି ରଖିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଧାୟକ ରୁଦ୍ର ଲପ୍ରତାପ ମହାର୍ଥୀ ୨୩ ନମ୍ବର ଓ ୨୪ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି ।ଏହି ପ୍ରଚାର ସମସୟରେ ଉଭୟମନ୍ତ୍ରୀ ବିଧାୟକଙ୍କ ସମେତ ଦଳୟୀ ନେତା ଓ କର୍ମୀମାନେ କୋଭିଡ କଟକଣା ମାନୁନଥିବା ଅଭିଯୋଗ ଆଣିଛି ବିଜେପି ।

ନିଜ ସମର୍ଥକଙ୍କ ପାଇଁ ରାଲି କରିବା ସମୟରେ ବିଜେଡି ଦଳର ୫ଶହ ବାଇକ ରାଲି କରାଯାଇଥିଲା ।ହେଲେ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ଯାହାକୁ ଭାରତୀୟ ଜନତା ପାଟି କଡା ବିରୋଧ କରିବା ସହ । ବିଜେଡି ଭୋକ ବିକଳରେ ତାଟିଆ କାମୁଡୁଛି ବୋଲି ଅଭିଯୋଗ ଆଣିଛନ୍ତି । ଶାଶକ ଦଳର ମନ୍ତ୍ରୀ ଓ ନେତାମାନେ କୋରାନ କଟଣାକୁ ଫୁ କରି ଉଡାଇଦେଉଛନ୍ତି ବୋଲି ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି

ସେପଟେ ପିପିଲିରେ ବିଜେପି ମଧ୍ୟ ତାର ରଣ କୌଶଳ ଆରମ୍ଭ କରିସାରିଲାଣି । ନିଜର ଦଳିୟ ସମର୍ଥକଙ୍କ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି । ବିଜେପି ୨୨ ନମ୍ବର ଜୋନର ପ୍ରଭାସିନି ବେହେରାଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ପାଇଁ ପାନିଦୋଳ, ଭାରତୀପୁର ଓ ଅଠରଭାଗ ଆଦି ଗାଁ ବୁଲି ପ୍ରଚାର କରୁଛି ବିଜେପି ।

ମୋଦିଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଁଞ୍ଚାଇ ଆଶନ ଜିତିବା ପାଇଁ ଆଶା ରଖିଛି ବିଜେପି । ସେପଟେ ବିଜେଡି ଯେଉଁ କଟକଣା ଉଲ୍ଲଙ୍ଘନ କରି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛି ସେ ବଷୟରେ ନିର୍ବାଚନ କମିଶନକୁ ଅବଗତ କରାଯିବ ବୋଲି ବିଜେପି କହିଛି । ହେଲେ ବିଜେଡି କହିଛି ପୁଣି ଥରେ ଜିଲ୍ଲାରେ ଶଙ୍ଖନାଦ ଶୁଭିବ । ଜିଲ୍ଲା ର ୩୩ ଟି ଜିଲ୍ଲା ପରିଷଦ ଜୋନକୁ ବିଜେଡି ଅକ୍ତିଆର କିରବ ବୋଲି ମନ୍ତ୍ରୀ କହିଛନ୍ତି ।

ନିର୍ବାଚନକୁ କିଛି ଦିନ ଦିନ ବାକି ଥିବାବେଳେ ଉଭୟ ଶାଶକ ଓ ବିଜେଡି ମଧ୍ୟ ଛକାପଞ୍ଚା ଲିଗି ରିହିଛି । ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି ନେତା ଓ ମନ୍ତ୍ରୀମାନେ । ହେଲେ ଏଥର ନିର୍ବାଚନରେ କିଏ ବାଜିମାତ କରିବ ସମୟ ହିଁ କହିବ ।

Comments are closed, but trackbacks and pingbacks are open.