Latest Odisha News

BREAKING NEWS

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ହାପିବାର୍ଥଡେଚରସିଅନୁରାଗ

ମୁମ୍ବାଇ: ଅନୁରାଗ କାଶ୍ୟପ ଗୁରୁବାର ଦିନ ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏପରିକି ତାଙ୍କ ଜନ୍ମଦିନକୁ ୟୁଜର୍ସ ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛନ୍ତି।

ନିକଟରେ ନିଜେ ଅନୁରାଗ ଓ ସୁଶାନ୍ତଙ୍କ ମ୍ୟାନେଜରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର କିଛି ପୁରୁଣା ହ୍ବାଟ୍ସ ଆପ୍ ଚାଟ୍ ସେୟାର କରିଥିଲେ, ଯେଉଁଥିରେ ସେ ସ୍ୱର୍ଗତ ଅଭିନେତାଙ୍କୁ ଜଣେ ‘ପ୍ରୋବଲେମଟିକ୍ ବ୍ୟକ୍ତି’ ଭାବରେ ସମ୍ବୋଧିତ କରିଥିଲେ।

ଯାହା ସୁଶାନ୍ତଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିନଥିଲା। ଫଳରେ ପ୍ରଶଂସକମାନେ ଗୁରୁବାର ଦିନ ଚଳଚ୍ଚିତ୍ର ନିର୍ମାତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟରରେ #HappyBirthdayCharsiAnurag ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଥିଲେ।

ହାପି ଡ୍ରଗ୍ସ ଡେ ଟୁ “Anuragkashyap72। #HappyBirthdayCharsiAnurag, ବୋଲି ”ଜଣେ ୟୁଜର୍ ଟୁଇଟ୍ କରିଛନ୍ତି।

ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ ଚାର୍ସି ଲୋକ ଏବଂ ଡ୍ରଗ୍ ବେପାରୀଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା।#HappyBirthdayCharsiAnurag”।

Comments are closed.