Latest Odisha News

BREAKING NEWS

ହରିଡା ଦୂର କରେ ପେଟ ସମ୍ବନ୍ଧୀୟ ସମସ୍ୟା; ଜାଣନ୍ତୁ ସେବନ କରିବାର ଉପାୟ

ଭୁବନେଶ୍ବର:ଆପଣ ଜାଣିଛନ୍ତି କି ,ହରିଡାରେ ଅନେକ ଔଷଧୀୟ ଗୁଣ ରହିଛି । ପେଟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ହରଡ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଯଦି ଆପଣ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଏବଂ ଆରାମ ପାଇବା ପାଇଁ ପ୍ରାକୃତିକ ଉପଚାର ଖୋଜୁଛନ୍ତି, ତେବେ ସଠିକ୍ ଉପାୟରେ ହରିଡାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

ଖାଇବା ପରେ ଖାଦ୍ୟ ଠିକ୍ ଭାବରେ ହଜମ ନ ହେଲେ,ପେଟ ସମସ୍ୟା ଦେଖାଦିଏ। ପେଟ ସମସ୍ୟାକୁ ଦୂର କରିବା ପାଇଁ, ୩ ରୁ ୬ ଗ୍ରାମ ହରିଡା ପାଉଡର ନିଅନ୍ତୁ। ଏବେ ଏହି ପାଉଡରରେ୩ ରୁ ୬ ଗ୍ରାମ ମିଶ୍ରି ମିଶାନ୍ତୁ। ଆପଣଙ୍କୁ ସକାଳ ଏବଂ ସନ୍ଧ୍ୟାରେ ଖାଦ୍ୟ ଖାଇବା ପରେ ଏହି ମିଶ୍ରଣକୁ ସେବନ କରିବାକୁ ପଡିବ ଏବଂ ଆପଣ ମାତ୍ର କିଛି ଦିନ ମଧ୍ୟରେ ଆପେ ଆପେ ସକାରାତ୍ମକ ପ୍ରଭାବ ଦେଖିବା ଆରମ୍ଭ କରିବେ।

ହରିଡା ଆପଣଙ୍କ ଆଖି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ। ମୋତିଆବିନ୍ଦୁ ରୋଗୀମାନଙ୍କୁ ମଧ୍ୟ ହରିଡା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ଯଦି ଆପଣ ଥଣ୍ଡା, କାଶ କିମ୍ବା ଫ୍ଲୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ହରିଡା ଖାଇବା ଆରମ୍ଭ କରିପାରିବେ। ଏହି ଔଷଧ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ।

ଆହୁରି ମଧ୍ୟ ବଦଳୁଥିବା ପାଗ ସମୟରେ ଲୋକମାନେ ପ୍ରାୟତଃ ଜ୍ୱରରେ ପଡନ୍ତି । ଜାଣି ରଖନ୍ତୁ ହରିଡା ଜ୍ୱର କମାଇବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ହରିଡା ସାହାଯ୍ୟରେ ଓଜନ ହ୍ରାସ ମଧ୍ୟ କରାଯାଇପାରିବ। ଭଲ ଫଳାଫଳ ପାଇବା ପାଇଁ, ହରିଡ଼ାକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରିବା ଉଚିତ୍ ।

Comments are closed.