Latest Odisha News

BREAKING NEWS

ଯୌନ ଶୋଷଣ ଅଭିଯୋଗ ମାମଲା, ଆଗୁଆ ଜାମିନ୍ ଆବେଦନ କଲେ ସୌରିନ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌରିନ ଭଟ୍ଟ । ଗିରଫଦାରୀକୁ ଏଡ଼ାଇବାକୁ ଯାଇ ସୌରିନ୍ ଭଟ୍ଟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ।

ଅନ୍ୟପଟେ ସୌରିନ ଭଟ୍ଟଙ୍କୁ କଟକ ମହିଳା ଥାନା ପୋଲିସ ଖୋଜୁଛି । ସୌରିନଙ୍କୁ ଠାବ କରିବାକୁ ଯାଇ କୋଲକାତା ଯାଇ ଫେରିଛି କମିଶନରରେଟ ପୋଲିସ । ପୋଲିସ ସୌରିନଙ୍କୁ କୋଲକାତା ଘରେ ଚଢ଼ାଉ କରିବା ସହ ତାଙ୍କୁ ନ ପାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା ।

ପରିବାର ଲୋକ କହିଥିଲେ, ମହିଳା ଜଣଙ୍କ ସୌରିନଙ୍କୁ ବ୍ଲାକମେଲ୍ କରୁଛନ୍ତି । ସ୍ୱୀକାର କରିଥିଲେ, ଉଭୟଙ୍କ ମଧ୍ୟରେ ସମ୍ପକ ରହିଥିଲା । କିନ୍ତୁ ମହିଳା ଜଣଙ୍କ ଭୁଲ୍ ଥିବା ସୌରିନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ମହିଳାଙ୍କ ଅଭିଯୋଗ ପର ଠାରୁ ସୌରିନ୍ ନିଖୋଜ ଅଛନ୍ତି ।

ମହିଳା ଜଣଙ୍କ ଅଭିଯୋଗ ଅନୁଯାୟୀ, ସୌରିନ କୁଆଡ଼େ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଛନ୍ତି । ଏପରିକି ବାହାଘର ପ୍ରତିଶ୍ରୁତି ଦେଇ ସୌରିନ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ମହିଳା ।

Leave A Reply

Your email address will not be published.