Latest Odisha News

BREAKING NEWS

କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିରୋଧରେ ମହିଳା ସାମ୍ବାଦିକାଙ୍କ ସଙ୍ଗୀନ ଅଭିଯୋଗ

କଟକ: ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ମହିଳା ସାମ୍ବାଦିକା ଜଣକ ତାଙ୍କର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାଶ ଦୀର୍ଘ ୨ ବର୍ଷ ଧରି ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହି ଘଟଣା ସମ୍ପର୍କରେ ସାଂସଦ ଅନୁଭବଙ୍କୁ ଅବଗତ କରିବାକୁ ଜୁନ ୧୨ ତାରିଖ ଦିନ ସେ ତାଙ୍କ ଘରକୁ ଯାଇଥିବା ବେଳେ ଅନୁଭବ ତାଙ୍କୁ ଗାଳି ଦେଇଥିଲେ ।

ସେ ଆହୁରି ମଧ୍ୟ ତାଙ୍କର ଅଭିଯୋଗରେ ଉଲ୍ଲେଖ କରି କହିଛନ୍ତି ଯେ, ସେ ତାଙ୍କୁ ଛେପ ପକାଇଥିଲେ ଏବଂ ଗାଳି ଦେଇ ଘରୁ ଠେଲି ଠେଲି ବାହାର କରିଦେଇଥିଲେ । ସେ ଏପରି ଆଚରଣ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ମୁଖରେ କରିଛନ୍ତି ।

“ଅନୁଭବଙ୍କ ଭାଇ ମୋତେ ଗତ ଦୁଇ ବର୍ଷ ହେଲା ଅଶ୍ଳିଳ ମ୍ୟାସେଜ୍ ଦେଇ ଆସୁଥିଲେ । ମୁଁ ଗୋଟିଏ ପିଲାର ମାଆ ଏବଂ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ସମାପ୍ତ କରିଛି । ଅନୁଭବ ମୋତେ ଯେପରି ଦୁର୍ବ୍ୟବହାର ପ୍ରଦର୍ଶନ କଲେ ସେଥିଲାଗି ସେ ଦଣ୍ଡିତ ହେବା ଆବଶ୍ୟକ । ତାଙ୍କ ଭାଇ ମଧ୍ୟ ତାଙ୍କ କାର୍ଯ୍ୟ ଯୋଗୁଁ ଦଣ୍ଡିବା ହେବା ଦରକାର,” ବୋଲି ଗଣମାଧ୍ୟମକୁ ଶୁକ୍ରବାର ସେ କହିଛନ୍ତି ।

ଏସମ୍ପର୍କରେ ମହିଳା ସାମ୍ବାଦିକା ଜଣକ ପୁରୀଘାଟ ଥାନାରେ ଏତଲା ଦେଇ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତିକରି, ପୋଲିସ ଏକ ମାମଲା (ନଂ – ୧୧୮/୨୦୧୯) ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୨୯୪, ୩୫୪ (କ), ୩୨୩ ଏବଂ ୩୪ ଆଧାରରେ ରୁଜୁ କରିଛି ।

Leave A Reply

Your email address will not be published.