Latest Odisha News

BREAKING NEWS

ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ଗୃହ ପୁନଃନିର୍ମାଣ ଲାଗି ୭କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନୀ ପ୍ରଭାବରେ ପୁରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଗୃହ ଗୁଡ଼ିକର ପୁନଃନର୍ମାଣ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନାଦିଆଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ୍ ଦ୍ୱାରା ଏହି ସହାୟତା ଯୋଗୁଁ ପ୍ରାୟ ୮୦୦୦ ପରିବାର ଉପକୃତ ହୋଇପାରିବେ ।

ଏହି ପରିବାର ଗୁଡ଼ିକ ଏସଡ଼ିଆରଏଫ ଦ୍ୱାରା ସହାୟତା ପାଇବାକୁ ପୂର୍ବରୁ ଯୋଗ୍ୟ ବିବେଚିତ ହୋଇନଥିଲେ ।

ସମୁଦାୟ କ୍ଷତିଗ୍ରସ୍ତ ପରିବାର ମଧ୍ୟରୁ ୭,୪୦୦ ପରିବାରର ସମ୍ପୂର୍ଣ୍ଣ ଗୃହ କ୍ଷତିଗ୍ରସ୍ତ ହୋଇପଡ଼ିଛି । ଏହା ଫଳରେ ଏହି କ୍ଷତିଗ୍ରସ୍ତ ପରିବାର ଗୁଡ଼ିକ ସହାୟତା ପାଇପାରିବେ । ଅବଶିଷ୍ଟ କ୍ଷତିଗ୍ରସ୍ତ ପରିବାର ଗୁଡ଼ିକ ନିଜ ଗୃହ ମରାମତି ଲାଗି ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାଇପାରିବେ ।

Leave A Reply

Your email address will not be published.