Latest Odisha News

BREAKING NEWS

ଆସନ୍ତୁ ଜାଣିବା ହରଭଜନ କାହିଁକି ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ କହିଲେ

ମୋହାଲୀ: ଭାରତର ଲୋକପ୍ରିୟ ସ୍ପିନର ହରଭଜନ ସିଂ ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ ପଂଜାବ ସରକାରଙ୍କୁ ଅନୁରୋଧ କରିଥିଲେ । ପରେ ପଂଜାବ ସରକାର ଏହି ପୁରସ୍କାର ପାଇଁ ହରଭଜନ ନାମ ପ୍ରତ୍ୟାହାର କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ପାଇଁ ଗତ ୩ ବର୍ଷର ପ୍ରଦର୍ଶନ ବିଚାରକୁ ନିଆଯାଇଥାଏ । ସେ ଅନ୍ତର୍ଜାତୀୟସ୍ତରରେ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଓ ୨୮ ଟି୨୦ ମ୍ୟାଚ ଖେଳିଥିଲେ ମଧ୍ୟ ୪ ବର୍ଷ ହେବ ଟିମ୍ ଇଣ୍ଡିଆର ଚୂଡାନ୍ତ ଦଳରେ ସ୍ଥାନ ପାଇ ନାହାନ୍ତି ।

ନିୟମ ବିଷୟରେ ହରଭଜନ ଜାଣିବା ପରେ ପଂଜାବ ସରକାରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଭଜିଙ୍କ ନାମ ହଠାତ୍ କାହିଁକି ପଂଜାବ ସରକାର ପ୍ରତ୍ୟାହାର କଲା ସେ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଥିଲା ।

Leave A Reply

Your email address will not be published.