Latest Odisha News

ଭଜି-ଆମିର ଟ୍ୱିଟ୍ ଓ୍ୱାର୍: ହରଭଜନଙ୍କ ଗୋଟିଏ ଭିଡିଓରେ ଆମୀରଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ: ବିଶ୍ୱକପର ସୁପର-୧୨ ମ୍ୟାଚରେ ଭାରତଠାରୁ ଜିତିବା ପରେ ପାକିସ୍ତାନର ଭାଉ କାହିଁରେ କଣ । ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ କିଛି ପାକିସ୍ତାନ ଖେଳାଳି ସୋସିଆଲ୍ ମିଡିଆରେ ତାତ୍ସଲ୍ୟ କରୁଛନ୍ତି । ଏହି ଲିଷ୍ଟରେ ଅଛନ୍ତି ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ମହମ୍ମଦ ଆମୀର । ଏବେ ସୋସିଆଲ୍ ମିଡିଆରେ ମହମ୍ମଦ ଆମୀର ଓ ହରଭଜନ ସିଂହଙ୍କ ଭିତରେ ଟ୍ୱିଟ୍ ଓ୍ୱାର୍ ଚାଲିଛି ।

ହରଭଜନଙ୍କୁ କଟାକ୍ଷ କରି ମହମ୍ମଦ ଆମୀର ଲେଖିଥିଲେ, ଟେଷ୍ଟରେ ହରଭଜନଙ୍କ ଗୋଟିଏ ଓଭରରେ ସାହିଦ ଆଫ୍ରିଦି ୪ଟି ଛକା ମାରିଥିଲେ । କ୍ରିକେଟରେ ୪ଟି ଛକା ମାରି ହେବ । କିନ୍ତୁ ଟେଷ୍ଟରେ ଟିକେ ଅଧିକ ହୋଇଥିବା ବୋଲି ଆମୀର କଟାକ୍ଷ କରିଥିଲେ ।

ଜବାବରେ ଭଜି ଲର୍ଡସରେ ନୋ ବଲ୍ କଥା ମନେ ପକାଇଥିଲେ । ହରଭଜନ ଟ୍ୱିଟ୍ କରି ଲେଖିଥିଲେ, ଲର୍ଡସରେ ନୋ ବଲ୍ କିଭଳି ହେଲା ? ଟେଷ୍ଟ କ୍ରିକେଟରେ ନୋ ବଲ୍ କେମିତି ହେଲା ? କେତେ ନେଇଥିଲ ଓ କିଏ ଦେଇଥିଲା ବୋଲି ପାଲଟା ଜବାବ ଦେଇଥିଲେ ଭଜି । ଉତ୍ତରରେ ଆମୀର ଲେଖିଥିଲେ ନିଆଁ ଲାଗିଗଲା । ଭାଗୋ ଭାଗୋ ଲାଲ ଆୟା ।

ଭଜି ଏକ ଭିଡିଓ ସେୟାର କରି ଆମୀରଙ୍କ ଧଜିଆ ଉଡ଼ାଇ ଦେଇଛନ୍ତି । ମୁହଁତୋଡ ଜବାବ ମିଳିବା ପରେ ଶେଷରେ ଆମୀରଙ୍କ ବୋଲତି ବନ୍ଦ ହେଇଗଲା । ଭିଡିଓରେ ଆମୀରଙ୍କୁ ହରଭଜନ ଛକା ମାରୁଥିବା ନଜର ଆସିଛନ୍ତି । ହରଭଜନ ଲେଖିଛନ୍ତି, ଫିକ୍ସର କୋ ସିକ୍ସର । ଆଉଟ୍ ଅଫ୍ ପାକ୍ ।

ଖେଳରେ ହାର ଜିତ ଅଛି । ଜଣେ ଜିତିବ, ଆଉ ଜଣେ ହାରିବ । କିନ୍ତୁ ଗତ ୨୪ ତାରିଖରେ ଭାରତଠାରୁ ବିଶ୍ୱକପରେ ପ୍ରଥମ ଥର ଜିତିଥିବା ପାକିସ୍ତାନ ଖୁସିରେ ଯେମିତି ପାଗଳ ହୋଇ ଯାଇଛି । ସେହି ଦେଶର ପୂର୍ବତନ କ୍ରିକେଟର ଯେମିତି କେବେ ଲଡୁ ଖାଇ ନଥିବା ପିଲାଙ୍କ ଭଳି ହେଉଛନ୍ତି ।

Leave A Reply

Your email address will not be published.