Latest Odisha News

BREAKING NEWS

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପତ୍ନୀ ସୋନାଲି ଚକ୍ରବର୍ତ୍ତୀଙ୍କୁ ଚିଠି ମାଧ୍ୟମରେ ତାଙ୍କ ସ୍ବାମୀ ଅର୍ଥାତ୍‌ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା ଧମକ ଦିଆଯାଇଛି।

ସୋନାଲି ଚକ୍ରବର୍ତ୍ତୀ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି। ତାଙ୍କ ପାଖକୁ ଏକ ଚିଠି ଆସିଛି ସେଥିରେ ଲେଖାଅଛି “ମ୍ୟାଡାମ୍, ଆପଣଙ୍କ ସ୍ୱାମୀଙ୍କୁ ହତ୍ୟା କରାଯିବ ଏବଂ କେହି ଆପଣଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା କରିପାରିବ ନାହିଁ।”

କୋଲକାତା ପୋଲିସରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.