Latest Odisha News

କଂଗ୍ରେସରେ ଯୋଗ ଦେବେ କି ଭଜି !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ରାଜନୀତି ଏଂଟ୍ରି ନେଇ ଅଟକଳ ଜୋର ଧରିଛି । ପ୍ରଥମେ ସେ ବିଜେପିରେ ଯୋଗ ଦେବା ନେଇ ଆଲୋଚନା ଚାଲିବା ପରେ ସେ ନିଜେ ଏହାକୁ ଖଣ୍ଡନ କରିଥିଲେ । ଆଜି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂ ସିଦ୍ଧୁଙ୍କ ସହ ତାଙ୍କ ଏକ ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

ଏଥିରେ ସେ ଭଜିଙ୍କୁ ପ୍ରଶଂସା କରିବା ସହ ସମ୍ଭାବନାରେ ପରିପୂର୍ଣ୍ଣ..ଷ୍ଟାର ଖେଳାଳି ଭଜିଙ୍କ ସହ ବୋଲି କ୍ୟାପ୍ସନ ଲେଖିଛନ୍ତି । ବାସ୍ ଏହା ପରେ ଭଜି କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି ବୋଲି ପୁନର୍ବାର ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ଭଜି କିଛି କହି ନାହାନ୍ତି ।

Comments are closed.