Latest Odisha News

BREAKING NEWS

ବ୍ୟଞ୍ଜନ ଦ୍ୱାଦଶୀରେ ୭୦୧ ପ୍ରକାରର ବ୍ୟଞ୍ଜନ

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ | ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମ ଠାରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇ ଥିବା ବେଳେ ୭୦୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା | ଆଜି ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବାର ପ୍ରଥା ରହିଛି |

ପୁରୀରେ ଥିବା ଗୌରବିହାର ଆଶ୍ରମରେ ଏହି ବ୍ୟଞ୍ଜନ ସବୁ ପ୍ରାୟ ୧୦୦ଜଣ ପାଚକ ପାଚିକାଙ୍କ ସହାୟତାରେ ମହନ୍ତ ସୁବଳ ମହାରାଜଙ୍କ ତତ୍ୱାବଧାନରେ ୭୦୧ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା | ଏଥିରେ ବିଭିନ ପ୍ରକାରର ଅନ୍ନ, ଡାଲି, ଭଜା,ଚଟଣି, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୋଇଥିଲା |

ଏହାକୁ ଭୋଗ କରାଯାଇ ସାଧୁ, ସନ୍ଥ ଓ ଭକ୍ତ ମାନଙ୍କ ମଧ୍ୟରେ ପରସା କରାଯାଇଥିଲା | ସ୍ୱତନ୍ତ୍ର ଖଲି ପତ୍ରରେ ଏହି ବ୍ୟଞ୍ଜନ ସବୁକୁ ପରସା ଯାଇଥିଲା | ଭକ୍ତମାନେ ଏତେ ପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ |

ଆଜିର ଦିବସରେ ମାତା ଯଶୋଦା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ୟେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି | ସେହି ପରମ୍ପରାକୁ ପାଳନ କରିବାକୁ ଯାଇ କୃଷ୍ଣ ଭକ୍ତ ମାନେ ଆଜିର ଦିନରେ ବିଶେଷ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିଥାନ୍ତି |

 

Leave A Reply

Your email address will not be published.