Latest Odisha News

ହଟିଲା କରୋନା କଟକଣା, ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନକୁ ପ୍ରବେଶ ଅନୁମତି

ଭୁବନେଶ୍ୱର : ଲୋକସେବା ଭବନରୁ ହଟିଲା କୋଭିଡ କଟକଣା । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମିଳିଲା ପ୍ରବେଶ ଅନୁମତି । କୋଭିଡ ମହାମାରୀ କାରଣରୁ ଲୋକସେବାରେ ଲାଗୁ ହୋଇଥିବା କଟକଣାକୁ ହଟାଇଦେଇଛନ୍ତି ରାଜ୍ୟ ସରକାର । ଏଣିକି ସାମ୍ବାଦିକ ମାନେ ଲୋକସେବା ଭିତରକୁ ପ୍ରବେଶ କରିପାରିବେ ।ଏନେଇ ରାଜ୍ୟ ସରକାର ଅନୁମତି  ଦେଇଛନ୍ତି ।

BjdElectrycity

୨୦୨୦ ମସିହାରୁ ସାମ୍ବାଦିକ ମାନେ ଲୋକସଭା ଭବନରେ ପ୍ରବେଶ ଉପରେ ବାରଣ କରାଯାଇଥିଲା । ଏବେ ସରକାର ଏହି କଟକଣା ଉଠାଇ ଦେଇଛନ୍ତି ।ଆସନ୍ତା ୧୮ ତାରିଖରୁ ସାମ୍ବାଦିକ ମାନେ ପାସ ଦେଖାଇ ଲୋକସେବା ଭବନରେ ଏଣ୍ଟ୍ରି କରିପାରିବେ । ସାଧାରଣ ଲୋକଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିଛି ।  ୧୮ ତାରିଖରେ ଲୋକସେବା ଭବନ ସମେତ ଖାରବେଳ ଭବନ ଏବଂ ରାଜୀବ ଭବନ ଖୋଲିବ ।

Leave A Reply

Your email address will not be published.