ନୂଆଦିଲ୍ଲୀ: ଋଷର ଏକ ମଦ କମ୍ପାନୀ ରୋବର୍ଟ ତାର ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ କରିଛନ୍ତି। ତେବେ ଏହି ଫଟୋ ଭାଇରାଲ ହେବା ପରେ ବିବାଦ ଦେଖାଦେଇଛି। ଏହି କମ୍ପାନୀ ବିୟରର ନାମ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ନାମରେ ରଖିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାତି ତଥା ରାଜନେତା ସୁପର୍ଣୋ ଶତପଥୀ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋକୁ ସେୟାର କରିଥିଲେ।
ସୁପର୍ଣୋ ଶତପଥୀ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷର ରାଷ୍ଟ୍ରପତିଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ଏହି ଋଷୀୟ କମ୍ପାନୀ ରୋବର୍ଟ ମହାତ୍ମା ଗାନ୍ଧୀଙ୍କ ନାମରେ ନିଜର ବିଅର ବିକ୍ରି କରିବା ସହ କ୍ୟାନରେ ଗାନ୍ଧୀଙ୍କ ଫଟୋ ମଧ୍ଯ ବ୍ୟବହାର କରିଛି।
ସେ ଏହାର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କ୍ୟାନରେ ମହାତ୍ମା ଜୀ ଲେଖାଯାଇଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏହି ପୋଷ୍ଟଟି ଖୁବ୍ ଭାଇରାଲ ମଧ୍ଯ ହେବାରେ ଲାଗିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧.୫ ଲକ୍ଷ ଲୋକ ଏହାକୁ ଦେଖିବା ସହ କମେଣ୍ଟ ମଧ୍ଯ କରିଛନ୍ତି।
Comments are closed.