Latest Odisha News

BREAKING NEWS

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ ହାଡ଼ଗୁଣ୍ଡ ଖୁଆଇଥିବା ଅଭିଯୋଗ ହୋଇଛି।

ଅମାବାସ୍ୟା ରାତ୍ରିରେ ମହିଳା ଜଣଙ୍କୁ ଶ୍ମଶାନକୁ ନିଆଯାଇ ମୃତ ମଣିଷ ହାଡ଼ଗୁଣ୍ଡ ଖାଇବାକୁ ବାଧ୍ୟ କରାଯିବା ସହ ତାଙ୍କୁ କେତେଗୁଡ଼ିଏ ଅମାବାସ୍ୟା ରାତ୍ରିରେ ଘରେ କେତେକ କାର୍ଯ୍ୟ କରିବା ଲାଗି ମହିଳାଜଣଙ୍କୁ ବାଧ୍ୟ କରାଯାଉଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହାସହ ଶାଶୂଘର ଲୋକ ଯୌତୁକ ପାଇଁ ନିର୍ଯାତନା ଦେଉଥିବା କହିଛନ୍ତି ।

ପୋଲିସ କହିବା ଅନୁଯାୟୀ, ଏକ ପୂଜାପାଠ ପାଇଁ ଉକ୍ତ ମହିଳାଙ୍କୁ ତାଙ୍କ ଶାଶୂ ଶଶୁର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳକୁ ନେଇଥିଲେ। ସେଠାରେ ତାଙ୍କୁ ଘଞ୍ଚ ଜଙ୍ଗଲର ଗୋଟାଏ ଜଳପ୍ରପାତ ତଳେ ବସାଇ ‘ଅଘୋରୀ’ ନାମରେ ଗୁଣିଗାରେଡ଼ି କାମ କରିବାକୁ ବାଧ୍ୟ କରାଯାଇଥିଲା। ଏଥିପାଇଁ ଉକ୍ତ ତାନ୍ତ୍ରିକ ଭିଡିଓ କଲ୍‌ ମାଧ୍ୟମରେ ନିର୍ଦେଶ ଦେଉଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

 

 

 

Leave A Reply

Your email address will not be published.