Latest Odisha News

BREAKING NEWS

୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ବଢିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍

ଭୁବନେଶ୍ୱର :  ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଜାନୁଆରୀ ୧, ୨୦୨୨ରୁ ଲାଗୁ କରାଯିବ । ଏହାଦ୍ୱାରା ୧୫ ହଜାର ୭୧୧ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅତରିକ୍ତ ୨୯୦ କୋଟି ଟଙ୍କା ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟରେ ଏହାକୁ ଆଜି ମଞ୍ଜୁରୀ ମିଳିଛି ।

ଆଜି ରାଜ୍ୟ କ୍ୟାବିନେଟର ଏକ  ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ  ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।  ଏଥିମଧ୍ୟରୁ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ ବୃଦ୍ଧି  । ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି   ଓଡିଶା ଏମ୍ପୟମେଣ୍ଟ ସର୍ଭିସ ରୁଲରେ ସଂଶୋଧନଡ଼ି । ଏମ୍ପ୍ଳୟମେଣ୍ଟ ଅଫିସର ପଦୋନ୍ନତି ପାଇଁ ପୂର୍ବରୁ କେବଳ ଜୁନିଅର ଏମ୍ପ୍ଳୟମେଣ୍ଟ ଅଫିସର ଯୋଗ୍ୟ ବିବେଚିତ ହେଉଥିଲେ । ହେଲେ ସଂଶୋଧିତ ନିୟମ ଅନୁଯାୟୀ ଏବେ ଜୁନିଅର ଏମ୍ପ୍ଳୟମେଣ୍ଟ ଅଫିସର ସହିତ ବିଭାଗୀୟ ଅନ୍ୟ କର୍ମଚାରୀ ଯଥା ASO ଏବଂ ଜୁନିଅର କ୍ଲର୍କମାନେ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ପାରିବେ  । ତେବେ ଏହି ପଦ ପାଇଁ ୫୦ ପ୍ରତିଶତ ପ୍ରମୋଶନ ଭିତ୍ତିରେ ଏବଂ ୫୦ ପ୍ରତିଶତ ସିଧାସଳଖ ନିଯୁ୍କ୍ତି ପାଇବେ

ଏହାବ୍ୟତୀତ ଅନେକଗୁଡିଏ  ଗ୍ରାମୀଣ ପାଇପ ଜଳ ଯୋଗାଣ  ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଯାଜପୁରର ବରୀ କୋରେଇ ବ୍ଲକରେ 2ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ   ଏହି ପ୍ରକଳ୍ପ କାମ ବର୍ଷରେ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି  ନୟାଗଡ଼ର ଦଶପଲା, ଗଣିଆ ନୂଆଗାଁରେ   ୩ଟି ପାନୀୟଜଳ ପ୍ରକଳ୍ପ,  ମାଲକାନଗିରିର ଖଇରିପୁଟ, ମାଲକାନଗିରି, ମାଥିଲି କାଲିମେଳାରେ ୪ଟି ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି

ଅନ୍ୟପକ୍ଷରେ ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବାକୁ ଥିବା ବ୍ରିଜ୍ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି । ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ସଂଶୋଧନ,  ଜିଏସଟି , ବାଣିଜ୍ୟ କର, ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ,  ଓଡ଼ିଶା ଗ୍ରୁପବି କର୍ମଚାରୀ ନିଯୁକ୍ତି ସେବାସର୍ତ୍ତରେ ସଂଶୋଧନ ଇତ୍ୟାଦିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । 

ଏହାବ୍ୟତୀତ  ବାଗଚୀ ଶ୍ରୀଶଙ୍କର  କ୍ୟାନ୍ସନର କେୟାର ସେଣ୍ଟ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପାଇଁ  ୨୦ ଏକର ମାଗଣା ଜମି ପ୍ରଦାନ କରାଯାଇଛି । ଏହିକାମ ଦ୍ରୁତ ଗତିରେ ଚାଲିଛି । ଆସନ୍ତା ରଥଯାତ୍ରା ପୂର୍ବରୁ କାମ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବାକୁ ମଞ୍ଜୁରି ମିଳିଛି ।

Leave A Reply

Your email address will not be published.